ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଶୁକ୍ରବାର ୨୯୮ଟି ନମୁନା ପରିକ୍ଷା ହୋଇଥିବା ବେଳେ ସେଥିରୁ ୨ଟି କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସେମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି ।ସେଥିରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ତପନ ଦାଶ, ଇଚିଭି ଭାରତ