ETV Bharat / city

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ହେବ ଦୀର୍ଘମିଆଦି ଯୋଜନା - ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଭଳି ସ୍ଥିତିର ମୁକବିଲା କରିବା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବ । ଅଧିକ ପଢନ୍ତୁ...

od_bbsr_dissaster management workshop
ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି
author img

By

Published : Feb 10, 2020, 10:46 PM IST

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତ ହେବ ଦିଆମିଆଦୀ ଯୋଜନା। ଏଥିପାଇଁ ଓଡିଶା ସମେତ ପଡୋଶୀ 5ଟି ରାଜ୍ୟର ଆରମ୍ଭ ହୋଇଛି ମାନସ ମନ୍ଥନ । ଏଥିପାଇଁ ସୋମବାର ଭୁବନେଶ୍ବରରେ ଓଡିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ଝାଡଖଣ୍ଡର ବରିଷ୍ଠ ପଦାଧିକାରୀଙ୍କୁ ନେଇ 2 ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଯାଇଛି ।

ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି । ଚଳିତ ବର୍ଷ ପଞ୍ଚଦଶ ଅର୍ଥ କମିଶନଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୩ ହଜାରରୁ ୨୮ ହଜାର କୋଟିକୁ ବୃଦ୍ଧି ହୋଇଛି । ନୂଆ ଜ୍ଞାନ କୌଶଳ ଉପଯୋଗ କରି କିଭଳି ବିପର୍ଯ୍ୟୟ ପାଣ୍ଠିର ସୁପରିଚାଳନା ଏବଂ କ୍ଷୟକ୍ଷତି ଆକଳନ କରି ପ୍ରାକୃତିକ ଦୁର୍ବିପାକ ସମୟରେ ଧନ, ଜୀବନକୁ ସୁରକ୍ଷା ପ୍ରଦାନ କରାଯାଇପାରିବ ସେ ନେଇ କର୍ମଶାଳାର ଗୁରୁତ୍ବାରୋପ କରାଯାଇଥିଲା ।

ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର । ଗତବର୍ଷ ସାମୁଦ୍ରିକ ଝଡ 'ଫନି'ର ସୁପରିଚାଳନା ନେଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ସାମୁଦ୍ରିକ ଝଡ 'ଫନି'ର ସଫଳ ପରିଚାଳନା ପାଇଁ ଚଳିତ ବର୍ଷର ଜାତୀୟ ପରିଚାଳନା ମୁକାବିଲା ବୈଠକ ଓଡ଼ିଶାରେ ଆୟୋଜନ କରାଯାଉଛି । ସମସ୍ତ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ କଣ ଉନ୍ନତ ପଦକ୍ଷେପ ନେଇ ହେବ ସେ ନେଇ ଆଲୋଚନା କରାଯିବ । ନିୟମକୁ ଅଣଦେଖା କରି କିଭଳି ବନ୍ୟ ପ୍ରପୀଡ଼ିତ ଅଞ୍ଚଳରେ ବିଶାଳ ଅଟ୍ଟାଳିକା ନିର୍ମାଣକୁ ରୋକାଯାଇପାରିବ ସେ ପ୍ରତି ସମସ୍ତ ରାଜ୍ୟ ଯତ୍ନବାନ ଏବଂ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଦସ୍ୟ ସଚିବ ଜିଭିଜି ଶର୍ମା କହିଛନ୍ତି ।

ପ୍ରତିବର୍ଷ କେନ୍ଦ୍ର ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପ୍ରାୟ ୨୮ହଜାର କୋଟି ଟଙ୍କା ମିଳିବାର ବ୍ୟବସ୍ଥା କରିଛନ୍ତି । ଏହି ପାଣ୍ଠିର କିଭଳି ବିପର୍ଯ୍ୟୟ ସମୟରେ ଅଧିକ ଖର୍ଚ୍ଚ କରାଯାଇପାରିବ ସେ ନେଇ ଗୁରୁତ୍ବ ଦିଆଯିବ । ଦୁଇ ଦିନ ଆଲୋଚନା ପରେ ଯାହା ନିଷ୍କର୍ଷ ବାହାରିବ ତାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି

ସେହିପରି ଓସଡାମାର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ବେହେରାଙ୍କ ସୂଚନା ଅନୁସାରେ ରାଜ୍ୟରେ କିଭଳି ଭାବେ ବିପର୍ଯ୍ୟୟ ପାଣ୍ଠିର ସୁବିନିଯୋଗ ହେବ ଏବଂ ନୂତନ ଜ୍ଞାନ କୌଶଳକୁ ଆଧାର କରି ଉନ୍ନତମାନର କାର୍ଯ୍ୟ କରାଯାଇପାରିବ ସେ ନେଇ ଆଲୋଚନା ହେବ । ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ସଚିବ ରିତା ସାଂଢ଼େଲ୍ୟା ନିଜର ଖୁସି ବ୍ୟକ୍ତ କରି ଓଡିଶା ଆମକୁ ଶିକ୍ଷା ଦେଇଛି । କିଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି । ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ବିପର୍ଯ୍ୟୟ ପରିଚାଳନା ଆବଶ୍ୟକତା ରହିଛି। ସୋମବାର ଓ ମଙ୍ଗଳବାରର 2 ଦିନିଆ କର୍ମଶାଳାରେ ଉନ୍ନତମାନର ପରିଚାଳନା ବ୍ୟବସ୍ଥା ବାହାରିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ପ୍ରାକୃତିକ ବିପର୍ଯ୍ୟୟ ନେଇ ଜାତୀୟ କର୍ମଶାଳା।ଜାତୀୟ ପ୍ରାକୃତିକ ପରିଚାଳନା ସଦସ୍ୟ ସଚିବଙ୍କ ସହ ଜାତୀୟ ପ୍ରାକୃତିକ ପରିଚାଳନା ଅଧିକାରୀ,ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କ ସହ ୬ ଟି ଜିଲ୍ଲାର ପ୍ରତିନିଧି ଉପସ୍ଥିତ।

Body:ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରକାଶ ପାଇବ ଦୀର୍ଘମିଆଦି ପ୍ଲାନ।ଓଡିଶା ସମେତ ପଡୋଶୀ ୫ ଟି ରାଜ୍ୟର ମାନସ ମନ୍ଥନ।ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଝାରଖଣ୍ଡ ବରିଷ୍ଠ ପଦାଧିକାରୀ ଙ୍କୁ ନେଇ ସୋମବାର ଭୁବନେଶ୍ୱର ରେ ଆରମ୍ଭ ହେଲା ଦୁଇ ଦିନିଆ କର୍ମଶାଳା।ଚଳିତ ବର୍ଷ ପଞ୍ଚଦଶ ଅର୍ଥ କମିଶନଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୩ ହଜାରରୁ ୨୮ ହଜାରକୁ ବୃଦ୍ଧି ପାଇଛି।।ନୂଆ ଜ୍ଞାନ କୌଶଳ ଉପଯୋଗ କରି କିଭଳି ବିପର୍ଯ୍ୟୟ ପାଣ୍ଠିର ସୁପରିଚାଳନା ଏବଂ କ୍ଷୟକ୍ଷତି ଆକଳନ କରି ପ୍ରାକୃତିକ ଦୁର୍ବିପାକ ସମୟରେ ଧନ, ଜୀବନକୁ ସୁରକ୍ଷା ପ୍ରଦାନ କରାଯାଇପାରିବ ସେ ନେଇ କର୍ମଶାଳାର ଗୁରୁତ୍ୱାରୋପ।ଓଡିଶା ଯେଭଳି ପ୍ରାକୃତିକ ବିପର୍ଯ୍ୟୟର ବନ୍ଧୁ ସଦୃଶ, ଗତବର୍ଷ ସାମୁଦ୍ରିକ ଝଡ ଫନିର ସୁ ପରିଚାଳନାନେଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି ।ତେଣୁ ଚଳିତ ବର୍ଷ ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ ହେଉଛି।

ଫନିର ସଫଳ ପରିଚାଳନା ହେତୁ ଚଳିତ ବର୍ଷର ଜାତୀୟ ପରିଚାଳନା ମୁକାବିଲା ବୈଠକ ଓଡ଼ିଶାରେ ଆୟୋଜନ କରାଯାଉଛି,ସମସ୍ତ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ କଣ କଣ ଉନ୍ନତ ପଦକ୍ଷେପ ନେଇହବ ସେ ନେଇ ଆଲୋଚନା ହେବ।ନିୟମକୁ ଅଣଦେଖା କରି କିଭଳି ବନ୍ୟପ୍ରାପିଡ଼ିତ ଅଞ୍ଚଳରେ ବିଶାଳ ଅଟାଳିକା ନିର୍ମାଣ କୁ ରୋକାଯାଇପାରିବ ସେ ପ୍ରତି ସମସ୍ତ ରାଜ୍ୟ ଯତ୍ନବାନ ଓ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ର ସଦସ୍ୟ ସଚିବ ଜି ଭି ଜି ଶର୍ମା କହିଛନ୍ତି।

ପ୍ରତିବର୍ଷ କେନ୍ଦ୍ର ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପଞ୍ଚଦଶ ଅର୍ଥକମିଶନ ରେ ପ୍ରାୟ ୨୮ହଜାର କୋଟି ଟଙ୍କା ମିଳିବାର ପ୍ରବଧାନ କରାଯାଇଛି।ଏହି ପାଣ୍ଠିର କିଭଳି ବିପର୍ଯ୍ୟୟ ଆପଦା ସମୟରେ ଅଧିକ ଖର୍ଚ୍ଚ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯିବ।ଦୁଇ ଦିନ ଆଲୋଚନା ପରେ ଯାହା ନିଷ୍କର୍ଷ ବାହାରିବ ତାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

ଓସଡାମା ର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ବେହେରାଙ୍କ ସୂଚନା ଅନୁସାରେ ରାଜ୍ୟରେ କିଭଳି ଭାବେ ବିପର୍ଯ୍ୟୟ ପାଣ୍ଠିର ସୁବିନିଯୋଗ ହେବ, ନୂତନ ଜ୍ଞାନ କୌଶଳକୁ ଆଧାର କରି ଉନ୍ନତ ମାନର କାର୍ଯ୍ୟ କରାଯାଇପାରିବ ସେ ନେଇ ଆଲୋଚନା ହେବ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ସଚିବ ରିତା ସାଂଢ଼େଲ୍ୟା ନିଜର ଖୁସି ବ୍ୟକ୍ତ କରି ଓଡିଶା ଆମକୁ ଶିକ୍ଷା ଦେଇଛି ,କିଭଳି ପ୍ରାକୃତିକ ବିପର୍ଯ୍ୟୟ ର ସଫଳ ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି।ପ୍ରତ୍ୟକ ରାଜ୍ୟର ଭିର୍ଣ ଭିର୍ଣ ବିପର୍ଯ୍ୟୟ ପରିଚାଳନା ଆବଶ୍ୟକତା ରହିଛି।ଦୁଇ ଦିନିଆ ସମ୍ମିଳନୀରେ ଉନ୍ନତ ମାନର ପରିଚାଳନା ବ୍ୟବସ୍ଥା ବାହାରିବ।

ଓଡିଶା ଯେହୁତୁ ପ୍ରାକୃତିକ ବିପର୍ଯ୍ୟୟ ନେଇ ପ୍ରତିବର୍ଷ ସମ୍ମୁଖୀନ ହେଉଛି ତେଣୁ ଓଡ଼ିଶାର ପରିଚାଳନା କୁ ଜାତୀୟ ସ୍ତରରେ ପ୍ରଶଂସା ମିଳିଛି।ତେଣୁ ଓଡିଶା ସମସ୍ତଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନାର ସଫଳ ବାର୍ତା ପ୍ରେରିତ କରିବ।ତେବେ ଦୁଇ ଦିନିଆ ଏହି କର୍ମଶାଳା ସୋମବାର ଏବଂ ମଙ୍ଗଳବାର ଚାଲିବ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.