ETV Bharat / city

194ଟି ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ଦିଆଯାଇଛି ନିର୍ଦ୍ଦେଶ: ନଗର ଉନ୍ନୟନ ମନ୍ତ୍ରୀ

author img

By

Published : Mar 30, 2021, 1:42 PM IST

ରାଜଧାନୀରେ 194ଟି ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ...

194 illegal apartments ordered demolish in the capital
194ଟି ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିର୍ଦେଶ ଦିଆଯାଇଛି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ 194ଟି ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବେଆଇନ ଆପାର୍ଟମେଣ୍ଟ ସମ୍ପର୍କିତ ଏକ ପ୍ରଶ୍ନ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପଚାରିଥିଲେ । ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଉତ୍ତର ରଖିଛନ୍ତି।ରାଜଧାନୀ ଭୁବନେଶ୍ବରରେ ମୋଟ 1643 ଟି ଆପାର୍ଟମେଣ୍ଟର ନକ୍ସା ଆନୁମୋଦିତ ହୋଇଥିବା ବେଳେ ମୋଟ 487ଟି ଆପାର୍ଟମେଣ୍ଟ ବେଆଇନ ଭାବେ ନିର୍ମିତ ହୋଇଛି। ଏଗୁଡ଼ିକ ମଧ୍ୟରୁ 194ଟି ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ବର ସହରରେ ଆଖପାଖ ଗ୍ରମାଞ୍ଚଳରେ ଏହି ଆପର୍ଟମେଣ୍ଟଗୁଡ଼ିକ ନିର୍ମାଣ ହୋଇଛି। 57ଟି ଘଟଣାରେ ମାମଲାକୁ ସଂଶୋଧମ ପରେ ବନ୍ଦ କରାଯାଇଛି। 91ଟି ଘଟଣାରେ ମାମଲାର ବିଚାର ଚାଲିଛି। ଅନ୍ୟଗୁଡ଼ିକ ସଂପର୍କରେ ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ। ବେଆଇନ ଭାବେ ନିର୍ମିତ ଆପର୍ଟମେଣ୍ଟ ଗୁଡ଼ିକୁ ବିଜୁଳି ଓ ପାଣି କିପରି ଯୋଗାଇ ଦିଆଯାଉଛି ସେ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ବ୍ୟୁରୋ ଚିଫ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.