ETV Bharat / city

ରାଜ୍ୟରେ ସ୍ୱାଭାବିକ ଠାରୁ ୧୬ ପ୍ରତିଶତ କମ ବର୍ଷା - ଓଡିଶା ପାଣିପାଗ

୧ ଜୁନରୁ ୮ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୨୪୮.୯ ମି.ମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୯୭.୫ ମି.ମି ଠାରୁ ୧୬ ପ୍ରତିଶତ କମ ରହିଛି । ଅଧିକ ପଢନ୍ତୁ...

ରାଜ୍ୟରେ ସ୍ୱାଭାବିକ ଠାରୁ ୧୬ ପ୍ରତିଶତ କମ ବର୍ଷା

author img

By

Published : Jul 8, 2021, 8:42 PM IST

ଭୁବନେଶ୍ବର: ୧ ଜୁନରୁ ୮ ଜୁଲାଇ ୨୦୨୧ ସୁଦ୍ଧା ଓଡ଼ିଶାରେ ୨୪୮.୯ ମି.ମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୯୭.୫ ମି.ମି ଠାରୁ ୧୬ ପ୍ରତିଶତ କମ ରହିଛି ।

୧ ଜୁନରୁ ୮ ଜୁଲାଇ ମଧ୍ୟରେ ୧୩ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ଦେବଗଡ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି । ଅବଶିଷ୍ଠ ୧୭ ଜିଲ୍ଲାରେ ସ୍ଵାଭାବିକ ବର୍ଷ ରେକର୍ଡ କରାଯାଇଛି ।

ଏହି ସମୟ ପରିଧି ମଧ୍ୟରେ କେବଳ କୋରାପୁଟ ଜିଲ୍ଲାରେ ୩୪୬.୨ ମି.ମି ଯାହା ସ୍ୱାଭାବିକ ବର୍ଷା ଠାରୁ ୧୭% ଅଧିକ ବର୍ଷା ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୧୨୦.୨ ମି.ମି ଯାହା ଯାହା ସ୍ୱାଭାବିକ ବର୍ଷା ଠାରୁ ୫୭% କମ ରେକର୍ଡ କରାଯାଇଛି ।

ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ୫୭ ପ୍ରତିଶତ, ଗଜପତି ୪୯% ଏବଂ ଯାଜପୁର ଜିଲ୍ଲାରେ ୪୪% କମ ବର୍ଷା ରେକର୍ଡ କରାଯାଇଛି ।

ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଠାରେ ୩୭୬.୩ ମି.ମି ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨୪.୫ ମି.ମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୬ ମି.ମି ଠାରୁ ୧୩୧% ଅଧିକ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.