ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ପଜିଟିଭ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ପଜିଟିଭ ସଂଖ୍ୟା ଚିହ୍ନଟ କରାଯାଇଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । 29 ଟି ଜିଲ୍ଳାରୁ 1833 ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ହୋମ କ୍ୱାରେଣ୍ଟିନରୁ 1118 ଚିହ୍ନଟ ହୋଇଥିବା ବେଳେ 715 ଜଣ ସ୍ଥାନୀୟ ସଂକ୍ରମଣର ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଗଞ୍ଜାମ ଠାରୁ ଖୋର୍ଦ୍ଧାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ 279 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ 298 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୋଳରେ 9, ବାଲେଶ୍ୱରରେ 69, ବରଗଡରେ 8, ଭଦ୍ରକରେ 50, ବଲାଙ୍ଗୀରରେ 37, ବୌଦ୍ଧରେ 34, କଟକରେ 124, ଢେଙ୍କାନାଳରେ 43, ଗଜପତି 35, ଜଗତସିଂହପୁରରେ 16, ଯାଜପୁରରେ 60, ଝାରସୁଗୁଡାରେ 30, କଳାହାଣ୍ଡିରେ 84, କନ୍ଧମାଳରେ 16, କେନ୍ଦ୍ରାପଡାରେ 34, କେନ୍ଦୁଝରରେ 16, କୋରାପୁଟରେ 47, ମାଲକାନଗିରି ରେ 36, ମୟୁରଭଞ୍ଜରେ 34, ନବରଙ୍ଗପୁରରେ 11, ନୟାଗଡରେ 61, ନୂଆପଡାରେ 1, ପୁରୀରେ 67, ରାୟଗଡାରେ 152, ସମ୍ବଲପୁରରେ 39, ସୋନପୁରରେ 33, ସୁନ୍ଦରଗଡରେ 110 ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 42 ହଜାର 550 ରହିଥିବାବେଳେ 26 ହଜାର 887 ସୁସ୍ଥ ହୋଇଛନ୍ତି । ମୋଟ ଆକ୍ଟିଭ ମାମଲା ରହିଛି 15 ହଜାର 370 । ତେବେ ଏବେ ସୁଦ୍ଧା 6,16,646 କୋରୋନା ଟେଷ୍ଟ ସରିଲାଣି ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ