ETV Bharat / city

୧୮୦ ମେଡିକାଲ ସିଟ ପାଇଁ ଆସନ୍ତାକାଲିଠୁ ଓଜେଇଇର ସ୍ପଟ ଆଡମିଶନ

ରାଜ୍ୟରେ ଖାଲି ରହିଥିବା 180ଟି ମେଡିକାଲ କଲେଜ ସିଟ ପାଇଁ ଆସନ୍ତାକାଲିଠାରୁ 3 ଦିନ ଯାଏଁ ଚାଲିବ ସ୍ପଟ ଆଡମିଶନ । ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

author img

By

Published : Aug 3, 2019, 9:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଖାଲି ପଡିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ସିଟ୍ ପାଇଁ ଆରମ୍ଭ ହେବ ଆଡମିଶନ । ଆସନ୍ତାକାଲି ଠାରୁ ତିନି ଦିନ ଯାଏଁ ସ୍ପଟ ଆଡମିଶନ ହେବ । ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛି ଓଜେଇଇ ।

ରବିବାରଠାରୁ ରାଜ୍ୟରେ ଖାଲି ପଡିଥିବା ମେଡିକାଲ ସିଟ ପାଇଁ ସ୍ପଟ ଆଡମିଶନ କରାଯିବ । ସକାଳ 10 ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏନେଇ ସ୍ୱତନ୍ତ୍ର ଆଡମିଶନ କରାଯିବ । ରାଜ୍ୟରେ 8ଟି ମେଡିକାଲ ଓ 2ଟି ଡେଣ୍ଟାଲ କଲେଜରେ 180 ଟି ସିଟ ଖାଲି ପଡ଼ିଛି । ହାଇଟେକ ମେଡିକାଲ କଲେଜରେ 136ଟି ସିଟ୍‌ ଖାଲି ପଡିଥିବା ବେଳେ ଏସସିବି ମେଡିକାଲ କଲେଜରେ 32ଟି ସିଟ ଖାଲି ପଡ଼ିଛି ।

ରାଜ୍ୟରେ ରହିଥିବା 10ଟି ମେଡିକାଲ କଲେଜରେ ଏ ଯାଏଁ ସିଟ୍‌ ପୂରଣ ହୋଇ ପାରିନାହିଁ । ସେହିପରି 180ଟି ସିଟ୍‌ ଭିତରୁ 113 ଜଣ ଜେନେରାଲ ବର୍ଗର ଛତ୍ରଛାତ୍ରୀଙ୍କ ପାଇଁ ରହିଥିବା ବେଳେ ଏସସିରେ 16, ଏସଟିରେ 19 ଓ ଅନ୍ୟାନ୍ୟରେ 32ଟି ସିଟ ଖାଲି ପଡ଼ିଛି ।

4 ତାରିଖରେ ସମସ୍ତ ଏସସି ଓ ଏସଟି ଓ ସାଧାରଣ ବର୍ଗର ଛତ୍ରଛାତ୍ରୀଙ୍କ ପାଇଁ ରାଙ୍କ 1 ଠାରୁ 700 ରାଙ୍କ ପର୍ଯ୍ୟନ୍ତ ଆଡମିଶନ କରାଯିବ । 5 ଓ 6 ତାରିଖରେ 701 ଠାରୁ 3702 ରାଙ୍କ ପର୍ଯ୍ୟନ୍ତ ଆଡମିଶନ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଖାଲି ରହିଛି ୧୮୦ ଟି ସିଟ, ଆସନ୍ତାକାଲି ଠୁ ଓଜେଇଇର ସ୍ପଟ ଆଡମିଶନ।

ରାଜ୍ୟରେ ଖାଲିବିପଡିଥିବା ମେଡିକାଲ ଓ ଦେଣ୍ଟାଲ କଲେଜ ସିଟ ପାଇଁ ଆଡମିଶନ ଆରମ୍ଭ ହେବ। ଅସନ୍ତାକାଲି ଠାରୁ ତିନି ଦିନ ଯାଏ ସ୍ପଟ ଆଡମିଶନ ହେବ। ଏନେଇ ବିଧିବଧ ଭାବରେ ବ8ଜ୍ଞାପ୍ତ ପ୍ରକାଶ କରିଛି ଓଜେଇଇ।

Body:

ଆସନ୍ତାକାଲି ଠାରୁ ରାଜ୍ୟରେ ଖାଲି ପଡିଥିବା ମେଡିକାଲ ସିଟ ପାଇଁ ସ୍ପଟା ଆଡମିସନ କରାଯିବ। ସକାଳ 10 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଭୁବନେଶ୍ୱର ରେ ଏନେଇ ସ୍ୱତନ୍ତ୍ର ଆଡମିସନ କରାଯିବ। ଯାହା ତିନି ଦିନ ଧରି ଚାଲିବ।
ସୂଚନା ଅନୁଯାଇ, ରାଜ୍ୟରେ 8 ଟି ମେଡିକାଲ ଓ 2 ଟି ଡେଣ୍ଟାଲ କଲେଜ ରେ 180 ଟି ସିଟ ଖାଲି ପଡ଼ିଛି। ହାଇଟେକ ମେଡିକାଲ କଲେଜ ରେ 136 ଟି ସିଟ ଖାଲି ପଡିଥିବା ବେଳେ ଏସସିବି ମେଡିକାଲ କଲେଜ କଟକ ରେ 32ଟି ସିଟ ଖାଲି ପଡ଼ିଛି। ରାଜ୍ୟରେ ରହିଥିବା 10 ଟି ମେଡିକାଲ କଲେଜ ରେ ସିଟ ଖାଲି ପଡ଼ିଛି। ସେହିପରି 180 ଟି ସିଟ ଭିତରୁ 113 ଜଣ ଜେନେରାଲ ବର୍ଗ ର ଛତ୍ରଛାତ୍ରୀଙ୍କ ପାଇଁ ରହିଥିବା ବେଳେ ଏସି 16, ଏସ୍ଟି 19 ଓ ଅନ୍ୟାନ୍ୟ 32 ଟି ସିଟ ଖାଲି ପଡ଼ିଛି।
ଏହାକୁ କିଭଳି ଭାବରେ ସମସ୍ତ ସିଟ ପୁରାଣ କରାଯିବ ସେ ନେଇ ଓଜେଇଇ ପାଖ ରୁ ଆସନ୍ତା କାଲି ଠାରୁ ଏକ ସ୍ୱତନ୍ତ୍ର ଭାବରେ ଆଡମିସନ କରାଯିବ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ। 4 ତାରିଖ ରେ ସମସ୍ତ ଏସସି ଓ ଏସ୍ଟି ଓ ସାଧାରଣ ବର୍ଗ ର ଛତ୍ରଛାତ୍ରୀଙ୍କ ପାଇଁ ରାଙ୍କ 1 ଠାରୁ 700 ରାଙ୍କ ପର୍ଯ୍ୟନ୍ତ ଆଡମିସନ କରାଯିବ। 5 ଓ 6 ତାରିଖ ରେ 701 ଠାରୁ 3702 ରାଙ୍କ ପର୍ଯ୍ୟନ୍ତ ଆଡମିସନ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.