ETV Bharat / city

ଓଡିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର 18ଜଣିଆ ଟିମ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଟିମ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ ଆଜିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଗୁଡ଼ିକୁ କିପରି ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ ସେଦିଗରେ ଦୃଷ୍ଟି ଦେବେ ବୋଲି ଜଣାପଡିଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 18, 2019, 1:11 AM IST

ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ ଗୁରୁବାରଠୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ହିମାଂଶୁ ଭୂଷଣଙ୍କ ନେତୃତ୍ବରେ ଆସିଥିବା ଏହି ଦଳ ରାଜଧାନୀରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ଦଳ ୨ ଭାଗରେ ବିଭକ୍ତ ହୋଇ ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲା ଗସ୍ତ କରିବେ । ହିମାଂଶୁ ଭୂଷଣଙ୍କ ନେତୃତ୍ବରେ ଗୋଟିଏ ଦଳ କନ୍ଧମାଳ ଜିଲ୍ଲା ଏବଂ ଅରୁଣ କୁମାରଙ୍କ ନେତୃତ୍ବରେ ଅନ୍ୟ ଦଳଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ ।

ଏହି ଗସ୍ତ ସମୟରେ ସେମାନେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ , ପରିବାର କଲ୍ୟାଣର କାର୍ଯ୍ୟକ୍ରମ , ସଂକ୍ରମକ ଓ ଅଣସଂକ୍ରମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନବ ସମ୍ବଳ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ସୁଦୃଢିକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରି ଜ୍ଞାନ ଆହରଣ କରିବେ ।

ଏଥି ସହିତ ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଗୁଡ଼ିକୁ କିପରି ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ ସେଦିଗରେ ଦୃଷ୍ଟି ଦେବେ ବୋଲି ଆଲୋଚନା କାଳରେ ସୂଚନା ଦେଇଛନ୍ତି । ଯେଉଁ ଯେଉଁ କ୍ଷେତ୍ରରେ ଅଧିକ କିଛି କାମ କରାଯିବାର ଆବଶ୍ୟକତା ଥିବ ସେନେଇ ମଧ୍ୟ ସେମାନେ ପରାମର୍ଶ ଦେବେ ।

ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ‘ମୋ ସରକାର’, ‘5T’ , ମାନବ ସମ୍ବଳ ବ୍ୟବସ୍ଥା ଏବଂ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ସେମାନଙ୍କୁ ଅବଗତ କରାଇଥିଲେ ।

ରାଜ୍ୟରେ ନୂତନ 'ସ୍ବାସ୍ଥ୍ୟ ନୀତି ଭିଜନ-୨୦୨୫' ସମ୍ପର୍କରେ ମଧ୍ୟ ମେହେର୍ଦ୍ଦା ସୂଚନା ଦେଇଥିଲେ । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ ଯୋଜନାରେ ମାଗଣାରେ ରକ୍ତ ଯୋଗାଣ, ନିଦାନ, ଗର୍ଭବତୀ ମହିଳା ମାନଙ୍କୁ ମାଗଣା ପରିବହନ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ ।

ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଠାରୁ ସିଧାସଳଖ ଟେଲିଫୋନ ମାଧ୍ୟମରେ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇ ସେଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ସ୍ବତନ୍ତ୍ର ସଚିବ ହର ପ୍ରସାଦ ପଟ୍ଟନାୟକ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ସରୋଜ ନାୟକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅଜିତ୍ ମହାନ୍ତି, ଯୁଗ୍ମ ସଚିବ ଗୁହା ପୁନମ୍ ତାମସ କୁମାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଦୁଇ ଦଳରେ ବିଭକ୍ତ ହୋଇ ଯାଉଥିବା ଏହି ଦଳ ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ଗସ୍ତ କରିସାରିବା ପରେ ୨୧ ତାରିଖ ଦିନ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ୨୨ ତାରିଖ ଦିନ ଭୁବନେଶ୍ବର ଫେରିବେ । ୨୩ ତାରିଖ ଦିନ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସେମାନଙ୍କ ଗସ୍ତ ବିବରଣୀ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଆଜିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ଡାଃ ହିମାଂଶୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଆଜି ଭୁବନେଶ୍ୱରଠାରେ ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଦଳ ୨ ଭାଗରେ ବିଭକ୍ତ ହୋଇ ମୟୁରଭଂଜ ଓ କନ୍ଧମାଳ ଜିଲ୍ଲା ଗ୍ରସ୍ତ କରିବେ । ଡାଃ ହିମାଂଶୁ ଭୂଷଣଙ୍କ ନେତୃତ୍ୱରେ ଗୋଟିଏ ଦଳ କନ୍ଧମାଳ ଜିଲ୍ଲା ଏବଂ ଡାଃ ଅରୁଣ କୁମାରଙ୍କ ନେତୃତ୍ୱରେ ଅନ୍ୟ ଦଳଟି ମୟୁରଭଂଜ ଜିଲ୍ଲା ଗ୍ରସ୍ତ କରିବେ । ଏହି ଗ୍ରସ୍ତ ସମୟରେ ସେମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ , ପରିବାର କଲ୍ୟାର କାର୍ଯ୍ୟକ୍ରମ , ସଂକ୍ରମକ ଓ ଅଣସଂକ୍ରମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନବ ସମ୍ବଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସୁଦୃଢିକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରି ଜ୍ଞାନ ଆହରଣ କରିବେ । ଏଥି ସହିତ ରାଜ୍ୟ ସ୍ୱସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଗୁଡ଼ିକୁ କିପରି ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ ସେଦିଗରେ ଦୃଷ୍ଟି ଦେବେ ବୋଲି ଆଲୋଚନା କାଳରେ ସୂଚନା ଦେଇଛନ୍ତି । ଯେଉଁ ଯେଉଁ କ୍ଷେତ୍ରରେ ଅଧିକ କିଛି କରାଯିବାର ଆବଶ୍ୟକତା ଥିବ ସେନେଇ ମଧ୍ୟ ସେମାନେ ପରାମର୍ଶ ଦେବେ । ବର୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ମୋ ସରକାର, ୫ଞ, ମାନବ ସମ୍ବଳ ବ୍ୟବସ୍ଥା ଏବଂ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ସେମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନିତି ଭିଜନ-୨୦୨୫ ସଂପର୍କରେ ମଧ୍ୟ ଡ଼ଃ ମେହେର୍ଦ୍ଦା ସୂଚନା ଦେଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହୋଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ ମାଗଣାରେ ରକ୍ତ ଯୋଗାଣ, ନିଦାନ, ଗର୍ଭବତୀ ମହିଳା ମାନଙ୍କୁ ମାଗଣା ପରିବହନ ବ୍ୟବସ୍ଥା ଆଦି ସଂପର୍କରେ ଆଲୋକପାତ କରିଥିଲେ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଠାରୁ ସିଧାସଳଖ ଟେଲିଫୋନ ମାଧ୍ୟମରେ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇ ସେଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସଂପର୍କରେ ମଧ୍ୟ ଶ୍ରୀମତୀ ପଣ୍ଡିତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ନିଗମ ପରି·ଳନା ନିର୍ଦ୍ଦେିଶିକା ୟାମିନୀ ଷଡ଼ଙ୍ଗୀ, ସ୍ୱତନ୍ତ୍ର ସଚିବ ଡ଼ଃ ହର ପ୍ରସାଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ଼ଃ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ଃ ସରୋଜ ନାୟକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ଅଜିତ୍ ମହାନ୍ତି, ଯୁଗ୍ମ ସଚିବ ଗୁହା ପୁନମ୍ ତାମସ କୁମାରଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଦୁଇ ଦଳରେ ବିଭକ୍ତ ହୋଇ ଯାଉଥିବା ଏହି ଦଳ ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ଗ୍ରସ୍ତ କରିସାରିବା ପରେ ୨୧ ତାରିଖ ଦିନ ସଂପୂକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ୨୨ ତାରିଖ ଦିନ ଭୁବନେଶ୍ୱର ଫେରିବେ । ୨୩ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସେମାନଙ୍କ ଗ୍ରସ୍ତ ବିବରଣୀ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.