ETV Bharat / city

ଆଜି ରାଜଧାନୀରେ 17 ନୂଆ ପଜିଟିଭ‌, ରେଳ ବିଭାଗର 7 ଅଧିକାରୀ

author img

By

Published : Jun 17, 2020, 9:39 PM IST

ତେବେ ଭୁବନେଶ୍ବରରେ ମୋଟ 149ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

17-new-positives-case-found-in-the-bhubaneswer
ଆଜି ରାଜଧାନୀରେ 17 ନୂଆ ପଜିଟିଭ୍‌, ରେଳ ବିଭାଗର 7 ଅଧିକାରୀ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ 17 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରେଳବିଭାଗର 7 ଅଧିକାରୀ ଥିବା ନେଇ ବିଏସି ସୂଚନା ଦେଇଛି । ତେବେ ଭୁବନେଶ୍ବରରେ ମୋଟ 149ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ଏମାନଙ୍କ ମଧ୍ୟରୁ 14 ଜଣ ସଙ୍ଗରୋଧ କେନ୍ଦ୍ରରୁ ଆସିଥିବା ବେଳେ ଆଉ 3 ଜଣ ସ୍ଥାନୀୟ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱରର ମହାନଗର ନିଗମ । ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି 7 ଜଣ ଆକ୍ରାନ୍ତ ରେଳବାଇ ବିଭାଗର ଅଧିକାରୀ । ଏହି 7 ଜଣ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ 2 ଜଣ ହେଉଛନ୍ତି ଭୀମପୁର ଏୟାରପୋଟ ନିକଟର । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଏହି ଦୁଇ ଜଣ ପୂର୍ବ ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ 2ଟି କେସ ହେଉଛି ନୟାପଲୀ ଅଞ୍ଚଳର ଶବର ସାହିର । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଦୁଇ ଜଣ ଦିଲ୍ଲୀରୁ ଆସିଛନ୍ତି । ସେହିପାରି ଭୀମପୁର ଅଞ୍ଚଳର ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ଡୁମଡୁମା ଅଞ୍ଚଳର । ସେ ମଧ୍ୟ ଦିଲ୍ଲୀ ଫେରନ୍ତା ଅଟନ୍ତି । ସେହିପରି ଅନ୍ୟ ଜଣେ ପେଡ କ୍ୱାରେଣ୍ଟାଇନରେ ରହିଥିଲେ । ଯିଏକି ଦିଲ୍ଲୀରୁ ଫେରିଥିଲେ ।

ଅନ୍ୟପଟେ ରାଜଧାନୀରେ 7 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ପଜିଟିଭ 149 ରହିଥିବା ବେଳେ 81 ଜଣ ସୁସ୍ଥ। 64 ଜଣ ସକ୍ରିୟ ଓ 3 ଜଣ ମୃତ୍ୟୁ ସଂଖ୍ୟା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.