ETV Bharat / city

ରାଜ୍ୟର ୧୭,୧୨୯ ଗାଁକୁ ନାହିଁ ରାସ୍ତା

author img

By

Published : Nov 26, 2019, 12:33 PM IST

ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଦେଲେ ଗୁରୁତ୍ବପୂର୍ଣ୍ଣ ସୁଚନା । ରାଜ୍ୟରେ ଏବେ ମଧ୍ୟ ୧୭,୧୨୯ ଗାଁକୁ ରାସ୍ତା ନାହିଁ ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ।

village
ଫାଇଲ୍ ଫଟୋ

ଭୁବନେଶ୍ବର: ରାସ୍ତା ନଥିବା ଗାଁ ଓ ପଡା ଗାଁକୁ ନେଇ ବିଧାନସଭାରେ ଉଦବେଗ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାପଦଣ୍ଡ ପୁରଣ କରୁଥିଲେ ବି ଅନେକ ଗାଁକୁ ରାସ୍ତା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସବୁ ଦଳର ବିଧାୟକ ।

ଠିକାଦାର ନିମ୍ନମାନର କାମ କରିବା ସହ ଅଧାରୁ କାମ ଛାଡ଼ି ପଳାଇ ଯିବାର ଅଭିଯୋଗ ଆଣିଲେ ଶାସକ ଦଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅଶୋକ ବଳ, ମନୋହର ରନ୍ଧାରି । ବିଜେପି ଓ କଂଗ୍ରେସ ବିଧାୟକ ବି ନିଜ ଅଞ୍ଚଳର ଗାଁ କଥା ଉଠାଇ ଘେରିଲେ ।

ଜିଲ୍ଲାୱାରି ବିଧାୟକଙ୍କୁ ଡାକି ସମସ୍ୟା ସମାଧାନ କରିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗାଇଡଲାଇନ ଅନୁସାରେ ଚିହ୍ନଟ ୧୮,୪୭୭ ଗାଁ ରୁ ୧,୩୨୭ ଗାଁ କୁ ରାସ୍ତା ହୋଇ ସାରିଛି । ବୁଡି ଓ ଅଭୟାରଣ୍ୟ ଯୋଗୁ ୨୧ ଗାଁ କୁ ରାସ୍ତା ହୋଇପାରିବ ନାହିଁ । ୧୭,୧୨୯ ଗାଁ କୁ ରାସ୍ତା ପାଇଁ ପ୍ରସ୍ତାବ ଅଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେହିପରି ୮୩୮ ଗାଁକୁ ସଂଯୋଗ ପାଇଁ ଏବେ ରାସ୍ତା କାମ ଚାଲିଛି ବୋଲି ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ରାସ୍ତା ନଥିବା ଗାଁ ଓ ପଡା ଗାଁ କୁ ନେଇ ବିଧାନସଭାରେ ଉଦବେଗ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାପଦଣ୍ଡ ପୁରଣ କରୁଥିଲେ ବି ଅନେକ ଗାଁ କୁ ରାସ୍ତା କରାଯାଉନାହିଁ ବୋଲି ଅଭିଯୋଗ ଆଣିଲେ ସବୁ ଦଳର ବିଧାୟକ। ଠିକାଦାର ନିମ୍ନମାନର କାମ କରିବା ସହ ଅଧାରୁ କାମ ଛାଡ଼ି ପଳାଇ ଯିବାର ଅଭିଯୋଗ ଆଣିଲେ ଶାସକ ଦଳ ବିଧାୟକ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ବଳ, ମନୋହର ରନ୍ଧାରି। ବିଜେପି ଓ କଂଗ୍ରେସ ବିଧାୟକ ବି ନିଜ ଅଞ୍ଚଳର ଗାଁ କଥା ଉଠାଇ ଘେରିଲେ।
ଜିଲାୱାରି ବିଧାୟକଙ୍କୁ ଡାକି ସମସ୍ୟା ସମାଧାନ କରିବାକୁ ବିଭାଗୀୟ ମନ୍ତ୍ରୀ ଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗାଇଡଲାଇନ ଅନୁସାରେ ଚିହ୍ନଟ ୧୮୪୭୭ ଗାଁ ରୁ ୧୩୨୭ ଗାଁ କୁ ରାସ୍ତା ହୋଇ ସାରିଛି। ବୁଡି ଓ ଅଭୟାରଣ୍ୟ ଯୋଗୁ ୨୧ ଗାଁ କୁ ରାସ୍ତା ହୋଇପାରିବ ନାହିଁ।
୧୭୧୨୯ ଗାଁ କୁ ରାସ୍ତା ପାଇଁ ପ୍ରସ୍ତାବ ଅଛି।
୮୩୮ ଗାଁକୁ ସଂଯୋଗ ପାଇଁ ଏବେ ରାସ୍ତା କାମ ଚାଲିଛି। ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସୂଚନାBody:ବାଇଟ ଅତନୁ ସବ୍ୟସାଚୀ ନାୟକ, ବିଜେଡି ବିଧାୟକ
ବାଇଟ ସୁଶାନ୍ତ ସିଂ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.