ETV Bharat / city

ଆଜିଠୁ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

author img

By

Published : Mar 28, 2022, 11:51 AM IST

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠୁ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବେ ।

ଆଜିଠୁ ଜନତା ମଇଦାନରେ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ତୋଷାଳି ମେଳା । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ଷୋଡଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବେ ।

ଚଳିତ ବର୍ଷ ଏହି ମେଳାରେ ୩୯୦ଟି ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇବ । ସନ୍ଧ୍ୟା ୬ଟାରି ରାତି ୯ଟା ୩୦ ଯାଏଁ ଖୋଲା ରହିବ ମେଳା। ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ୯୦ବୁଣାକାର ଓ ୧୫୦ଜଣ କାରିଗର ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ ମେଳାରେ ୧୫ଲକ୍ଷ ଜନ ସମାବେଶ ସହିତ ୧୫ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି ।

ଆଜି ଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୦୨୧ ବର୍ଷ ପାଇଁ ଆୟୋଜିତ ହେଉଛି । ଚଳିତ ବର୍ଷ ପୁଣି ଡିସେମ୍ବର ମାସରେ ମଧ୍ୟ ୧୭ତମ ତୋଷାଳି ମେଳା ଆୟୋଜିତ ହେବ ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି । କୋଭିଡ କଟକଣାକୁ ମାନି ଏହି ମେଳା ଅନୁଷ୍ଠିତ ହେବ । କୋଭିଡରେ କାରିଗର ଓ ବୁଣାକାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବିଶେଷ କରି ବଜ଼ାର ମିଳିନଥିବାରୁ ଏମାନେ ନିଜ ସାମଗ୍ରୀ ବିକ୍ରି କରିପାରିନଥିବାରୁ ତୋଷାଳି ମେଳାର ଆୟୋଜନ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.