ETV Bharat / city

ଟିକା ନେଲା ପରେ ବି ରାଜ୍ୟରେ 16,960ଜଣ କୋରୋନା ସଂକ୍ରମିତ

author img

By

Published : Jul 7, 2021, 9:56 AM IST

ଟିକା ନେବା ପରେ ମଧ୍ୟ ଅନେକ ଲୋକ କୋରୋନାରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି । ଏବେ ସୁଦ୍ଧା ରାଜ୍ୟରେ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ 0.13% ଲୋକ ସଂକ୍ରମିତ ହୋଇଥିବା ସର୍ଭେରୁ ଜଣାପଡିଛି । ଅଧିକ ପଢନ୍ତୁ...

ଟିକା ନେଲା ପରେ ବି ରାଜ୍ୟରେ 16,960ଜଣ ସଂକ୍ରମିତ

ଭୁବନେଶ୍ବର: କୋରୋନାକୁ ପ୍ରତିହତ କରିବାକୁ ଦେଶବ୍ୟାପୀ ଟୀକାକରଣ ଜାରି ହୋଇଛି । ଲୋକମାନେ ଇଚ୍ଛୁକ ଭାବେ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଟିକା ନେବା ପରେ ମଧ୍ୟ ଅନେକ ଲୋକ କୋରୋନାରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି । ଏବେ ସୁଦ୍ଧା ରାଜ୍ୟରେ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ 0.13% ଲୋକ ସଂକ୍ରମିତ ହୋଇଥିବା ସର୍ଭେରୁ ଜଣାପଡିଛି ।

ଏବେ ସୁଦ୍ଧା ରାଜ୍ୟରେ 1 କୋଟି 24 ଲକ୍ଷ 91 ହଜାର 502 ଡୋଜ୍ ଟିକା ପ୍ରଦାନ ସରିଛି । ଏତିକି ଡୋଜ ଟିକା ନେଇଥିବା ସମସ୍ତଙ୍କ ମଧ୍ୟରୁ ପ୍ରଥମ ଡୋଜ ଟିକା ନେଇଥିବା 9154ଜଣ ଓ ଦ୍ବିତୀୟ ଡୋଜ ନେଇଥିବା 7806ଜଣ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ପ୍ରତିଶତ ମୁତାବକ ପ୍ରଥମ ଡୋଜ ନେବା ପରେ 0.09% ଓ ଦ୍ବିତୀୟ ଡୋଜ ନେବା ପରେ 0.31% ସଂକ୍ରମିତ ହୋଇଛନ୍ତି ।

ତେବେ ଟିକା ନେବା ପରେ ରାଜ୍ୟରେ ସମୁଦାୟ 16,960ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.