ETV Bharat / city

17 ଜିଲ୍ଲାରୁ ସୁସ୍ଥ ହେଲେ ଆଉ 168, ମୋଟ ସଂଖ୍ୟା 4291 - ରାଜ୍ୟରେ ସୁସ୍ଥ ସଂଖ୍ୟା 4291

ରାଜ୍ୟରେ ଗୁରୁବାର 168 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର । ରାଜ୍ୟରେ ସୁସ୍ଥ ସଂଖ୍ୟା 4291 ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 168
ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 168
author img

By

Published : Jun 25, 2020, 6:30 PM IST

ଭୁବନେଶ୍ବର: ଆଶ୍ବସ୍ତିକର ଖବର । ରାଜ୍ୟରେ ଗୁରୁବାର 168 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗୁରୁବାର ସକାଳେ ରାଜ୍ୟରେ 210 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ 168 ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ 4291 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ଆସିଛି । କୋରୋନା ନିୟନ୍ତ୍ରଣ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 17 ଟି ଜିଲ୍ଲାରେ 168 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ।

ଗଞାଜାମରେ 39 ଓ ଖୋର୍ଦ୍ଧାରେ 23 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭାବରେ ଗଜପତିରେ 23, ପୁରୀରେ 19, ବରଗଡରେ 13, ସୁନ୍ଦରଗଡରେ 8, ବାଲେଶ୍ବରରେ 7, ଭଦ୍ରକ ଓ ରାୟଗଡାରେ 5 ଲେଖାଏଁ ସୁସ୍ଥ ହୋଇଛନ୍ତି । ମାଲକାନଗିରି, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର ଓ ସୋନପୁରରେ 4 ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରେ 3, ଢେଙ୍କାନାଳରେ 2 ଜଣ ଓ ଝାରସୁଗୁଡାରେ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 4291 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.