ETV Bharat / city

କୋରୋନା କାଳ, ଗୋଟିଏ ଦିନରେ ରାଜଧାନୀରେ ସର୍ବାଧିକ 163 ଆକ୍ରାନ୍ତ

ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଗୋଟେ ଦିନରେ ରାଜଧାନୀରେ ସର୍ବାଧିକ 163 ଜଣ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୋଟେ ଦିନରେ ରାଜଧାନୀରେ ସର୍ବାଧିକ 163 ଆକ୍ରାନ୍ତ

author img

By

Published : Jul 26, 2020, 6:31 PM IST

ଭୁବନେଶ୍ୱର: ଭୁବନେଶ୍ୱର ସାରା ଛାଇ ଯାଇଛି କୋରୋନା ସଂକ୍ରମଣ । ଗୋଟେ ଦିନରେ ରାଜଧାନୀରେ ସର୍ବାଧିକ 163 ଜଣ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିିଛି । ବର୍ତ୍ତମାନ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ ।

ରବିବାର 163 ଜଣ କୋରୋନା ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ 104 ଚିହ୍ନଟ ହୋଇଛନ୍ତି । 59 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି 46 ଜଣ । ସଂଗରୋଧ କେନ୍ଦ୍ରରେ ଚିହ୍ନଟ କରାଯାଇଥିବା 104 ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ହାଇଟେକ ମେଡିକାଲରୁ ସଂକ୍ରମଣ ହୋଇଛନ୍ତି । ସେମାନେ ସମସ୍ତେ ପାଣ୍ଡରା ଅଞ୍ଚଳର । ସେହିପରି ଭାବରେ 13 ଜଣ ନୟାପଲି ଅଞ୍ଚଳର ତ୍ରିନାଥ ବସ୍ତିରେ ଆକ୍ରାନ୍ତ ହୋଇଛନ୍ତି । 8 ଜଣ ୟୁନିଟ 3 ଅଞ୍ଚଳର ଖରବେଲ ନଗର, 7 ଜଣ ୟୁନିଟ 4 ମାଛ ମାର୍କେଟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ସେପଟେ 5 ଜଣ ୟୁନିଟ 1 ର ଆଖଣ୍ଡଳମଣି ବସ୍ତି ଅଞ୍ଚଳରୁ ଚିହ୍ନଟ କରାଯାଇଛି । 2 ଜଣ ପଟିଆ ଅଞ୍ଚଳରୁ, 2 ଜଣ ଅଶୋକ ନଗର ଅଞ୍ଚଳରୁ, ନୟାପାଲିରୁ 2, କୋଲଥିଆରୁ 3, ଜୟଦେବ ବିହାରରୁ 2, ଡୁମଡୁମାରୁ 9 , ସାଳିଆ ସାହିର 2, ବରମୁଣ୍ଡାର 3, ବଡଗଡର 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 4 ଜଣ ଶୈଲେଶ୍ରୀ ବିହାର, 2 ଜଣ ବଡଗଡ ଲକ୍ଷ୍ମୀ ବିହାର, 2 ଜଣ ଗଣପତି ନଗରରୁ ଚିହ୍ନଟ ହୋଇଛନ୍ତି । ସେପଟେ ନୟାପଲି, ଭରତପୁର, ନହରକଣ୍ଟା, କଳିଙ୍ଗନଗର, ନୀଳାଦ୍ରି ବିହାର, ପାତ୍ରପଡା, ଘରୋଇ ହସ୍ପିଟାଲ ର କର୍ମଚାରୀ, ଆଇଗିନିଆ, ଭଗଵାନପୁର, ପାହାଳ ଆଦିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 59 ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ଭରତପୁର ଅଞ୍ଚଳର, 4 ଜଣ ୟୁନିଟ 1, 2 ଜଣ ସୈନିକ ସ୍କୁଲ ଅଞ୍ଚଳ, 3 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ, 2 ଜଣ ଓଲଡ଼ ଟାଉନ, 2 ଜଣ ନିୟୁ ଫରେଷ୍ଟ ପାର୍କ, 2 ଜଣ ବରମୁଣ୍ଡା, 3 ଜଣ ସରକାରୀ ହସ୍ପିଟାଲର କର୍ମଚାରୀ, 2 ଜଣ ଲକ୍ଷ୍ମୀସାଗର ଅଞ୍ଚଳରୁ ଚିହ୍ନଟ କରାଯାଇଛି । ସେହିପରି ଓଲଡ଼ ଟାଉନ, ନାହାରକଣ୍ଟା, ମଞ୍ଚେଶ୍ୱର, ପଟିଆ, ସତ୍ୟବିହାର, ଭୀମଟାଙ୍ଗି, କଳିଙ୍ଗ ବିହାର, ଘାଟିକିଆ, ସୂର୍ଯ୍ୟ ନଗର, ଆଇଗିନିଆ , ନୟାପାଲି ଆଦିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ 46 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1991 ରହିଥିବା ବେଳେ 909 ସୁସ୍ଥ ହୋଇଛନ୍ତି । 1069 ଜଣ ସକ୍ରିୟ ରହିଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.