ETV Bharat / city

ବିଏମସିରେ 16 ଲକ୍ଷ ଡୋଜ ଟୀକାକରଣ ସରିଛି: କମିଶନର

author img

By

Published : Jul 19, 2021, 6:06 PM IST

ଟୀକାକରଣକୁ ବିଏମସିରେ ବ୍ୟାପକ କରାଯାଇଛି। 16 ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏବେ ବି ପ୍ରତ୍ୟେକ ଘରେ ଓ ପରିବାରରେ ଟିକା ନେଇ ନଥିବା ବ୍ୟକ୍ତି ଅଛନ୍ତି। ଅଧିକ ପଢନ୍ତୁ...

ବିଏମସିରେ 16 ଲକ୍ଷ ଡୋଜ ଟୀକାକରଣ ସରିଛି: ବିଏମସି କମିଶନର

ଭୁବନେଶ୍ୱର: ଟୀକାକରଣକୁ ବିଏମସିରେ ବ୍ୟାପକ କରାଯାଇଛି । 16 ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏବେ ବି ପ୍ରତ୍ୟେକ ଘରେ ଓ ପରିବାରରେ ଟିକା ନେଇ ନଥିବା ବ୍ୟକ୍ତି ଅଛନ୍ତି। ବିଶେଷ କରି 18 ବର୍ଷରୁ କମ ବୟସ୍କ ଲେକ ଅଧିକ ରହିଛନ୍ତି। ବର୍ତ୍ତମାନ କରୋନା ଯଦିଓ ନିୟନ୍ତ୍ରଣରେ ଅଛି ହେଲେ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ।

ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ତେବେ ବର୍ତ୍ତମାନ ଏଠାରେ ପ୍ଲାଟୋ ଷ୍ଟେଜରେ ସଂକ୍ରମଣ ରହିଛି। ଆମକୁ ସଚେତନ ଓ ସତର୍କ ରହିବାକୁ ହେବ। ଅଧିକ ସଂଖ୍ୟାରେ ଲୋକେ ଟିକା ନେଇସାରିଥିବା ଯୋଗୁଁ ଅବହେଳା କରୁଥିବା ପରିଲକ୍ଷିତ ହୋଇଛି। ଭୁବନେଶ୍ୱରରେ ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତି ପୁଣି ସଂକ୍ରମିତ ହେଉଥିବା ନଜରକୁ ଆସିଛି। ସଂକ୍ରମଣକୁ ରୋକିବାକୁ ଓ କାରଣ ଜାଣିବାକୁ ବିଏମସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଓ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି।

ଆଜି(ସୋମବାର)ଠାରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ସେଠାରେ କିଭଳି କୋଭିଡ କଟକଣା ପାଳନ ହେବ ତାହା ଯାଞ୍ଚ କରାଯାଉଛି। କଟକଣା ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ସଂସ୍ଥାକୁ ସିଲ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.