ETV Bharat / city

ଓଡିଶାରେ କୋଭିଡ ହସ୍ପିଟାଲ ତିଆରି କଲା ନୌସେନା

author img

By

Published : May 7, 2021, 10:06 PM IST

ଖୋର୍ଦ୍ଧାରେ 150 ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କଲା ଭାରତୀୟ ନୌସେନା । ଖୋର୍ଦ୍ଧାରେ ଥିବା ଆଇଏନଏସ ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ ଏହା ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

150-bed Covid Care Centre established by Indian Navy at Khurda
ଓଡିଶାରେ କୋଭିଡ କେୟାର ତିଆରି କଲା ନୌସେନା

ଭୁବନେଶ୍ବର: କୋରୋନ ଲଢେଇରେ ସାମିଲ ହୋଇଛି ଭାରତୀୟ ନୌସେନା । ଶୁକ୍ରବାର ଖୋର୍ଦ୍ଧାରେ 150 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରିଛି ଭାରତୀୟ ନୌସେନା । ଖୋର୍ଦ୍ଧାରେ ଥିବା ଆଇଏନଏସ ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ ଏହା ପ୍ରସ୍ତୁତ କରାଯାଇଛି ।

150-bed Covid Care Centre established by Indian Navy at Khurda
ଓଡିଶାରେ କୋଭିଡ ହସ୍ପିଟାଲ ତିଆରି କଲା ନୌସେନା

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶର ମଧ୍ୟ କୋରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । କୋରୋନା ଲଢେଇରେ ମୁକାବିଲା ପାଇଁ ଭାରତ ସରକାର ତିନି ସେନାକୁ ପ୍ରସ୍ତୁତ କରିଛନ୍ତି । ଖୋର୍ଦ୍ଧାରେ ଭାରତୀୟ ନୌସେନା 150 ଶଯ୍ୟା ବିଶିଷ୍ଟ କେୟାର ସେଣ୍ଟର ପ୍ରସ୍ତୁତ କରିଛି । ଏହା ସହ ଅତିରିକ୍ତ 15 ଶଯ୍ୟା ବିଶିଷ୍ଟ ଅକ୍ସିଜେନ ସୁବିଧା ଆଇଏନଏଚଏସ ନିର୍ଭାନୀ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏହି ହସପିଟାଲରେ ସାମାନ୍ୟ ଲକ୍ଷଣ ଥିବା କୋରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କୋଭିଡ ହସ୍ପିଟାଲ ଉଦଘାଟନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି କୋରୋନା ମହାମାରୀର ଲଢେଇରେ ଭାରତୀୟ ନୈସେନା ମୁଖ୍ୟ ଭୂମିକା ଗ୍ରହଣ କରିବ । ଏହି କାର୍ଯ୍ୟକ୍ରମରେ ନୌସେନାର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ ।

ସୂଚନାଥାଉକି ଭାରତରେ କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଭୟାବହ ରୂପ ଧାରଣ କରିଛି । ପ୍ରତିଦିନ ଦେଶରେ 4 ଲକ୍ଷରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କୋରୋନା ମୁକାବିଲାରେ ସରକାର ମଧ୍ୟ ଭାରତୀୟ ସେନାର ସ୍ଥଳସେନା, ନୌସେନା ସମେତ ବାୟୁସେନାକୁ ଏହି ଲଢେଇରେ ସାମିଲ କରିଛି । ଦେଶ ବିଦେଶରେ ଆସୁଥିବା ବିଭିନ୍ନ ମେଡିକାଲ ଉପକରଣ ସହ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ଆଣିବାରେ ବାୟୁସେନା ନିଜର ପରାକାଷ୍ଠା ଦେଖାଇଛି । ସେହିପରି ସ୍ଥଳସେନା ବିଭିନ୍ନ ରାଜ୍ୟରେ କୋଭିଡ ହସପିଟାଲ ପ୍ରସ୍ତୁତ କରିବା ସହ କୋଭିଡ ରୋଗୀଙ୍କ ଚିକିତ୍ସା ଆର୍ମି ଡାକ୍ତର ସମେତ ନର୍ସ ମାନେ ମଧ୍ୟ ସାମିଲ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.