ETV Bharat / city

ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା: 1 କୋଟି କ୍ଷତିପୂରଣ ଦାବି, BMC କାର୍ଯ୍ୟାଳୟ ଘେରିଲା BJP

ଡ୍ରେନ ପାଣିରେ ଭାସି ଯାଇଥିବା 15 ବର୍ଷୀୟ ବାଳକ ଜ୍ୟୋତି ପ୍ରକାଶ ବେହେରା ମୃତ୍ୟୁ ଘଟଣାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

15 year old boy death  drain water in bhubaneswar
ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା: 1 କୋଟି କ୍ଷତିପୂରଣ ଦାବି, BMC କାର୍ଯ୍ୟାଳୟ ଘେରିଲା BJP
author img

By

Published : Sep 20, 2021, 5:19 PM IST

Updated : Sep 20, 2021, 6:11 PM IST

ଭୁବନେଶ୍ବର: ଡ୍ରେନ ପାଣିରେ ଭାସି ଯାଇଥିବା 15 ବର୍ଷୀୟ ବାଳକ ଜ୍ୟୋତି ପ୍ରକାଶ ବେହେରା ମୃତ୍ୟୁ ଘଟଣାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜ୍ୟ ସରକାର ଓ ବିଏମସି ପ୍ରଶାସନକୁ ଜୋରଦାର ଟାର୍ଗେଟ କରିଛି ବିଜେପି । ଆଉ କେତେ ଜୀବନ ନେଲେ ବିଏମସି ଓ ନବୀନ ସରକାର ଚେତିବେ ବୋଲି ବିଜେପି କହିଛି ।

ଡ୍ରେନ ପାଣିରେ ଭାସି ଯାଇଥିବା 15 ବର୍ଷୀୟ ବାଳକ ମୃତ୍ୟୁ ଘଟଣାରେ ଆଜି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁସିଂଙ୍କ ନେତୃତ୍ବରେ ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପ୍ରତିବର୍ଷ ଗୋଟିଏ ଗୋଟିଏ ମୃତ୍ୟୁ ଘଟିଛି । ଏଥିପାଇଁ ନବୀନ ସରକାର ଏବଂ ବିଏମସି ପ୍ରଶାସନ ଦାୟୀ ବୋଲି କହଛନ୍ତି । ଜ୍ୟୋତିଙ୍କ ପରିବାରଙ୍କୁ କ୍ଷତି ପୂରଣ ଏକ କୋଟି ଦିଆଯାଉ ବୋଲି ବିଜେପି ଦାବି କରିଛି । ଏହା ସହ ଏହି ବାଳକର ମୃତ୍ୟୁ ପାଇଁ ବିଏମସି ପ୍ରଶାସନ ଦାୟୀ ସେମାନଙ୍କୁ ପୋଲିସ ଗିରଫ କରୁ ବୋଲି ବିଜେପି ଦାବି କରିଛି। ବିକ୍ଷୋଭ ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ ବିଜେପି କର୍ମୀ ।

ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା: 1 କୋଟି କ୍ଷତିପୂରଣ ଦାବି, BMC କାର୍ଯ୍ୟାଳୟ ଘେରିଲା BJP

ସେହିପରି ରାଜ୍ୟ ବିଜେପି ଦିଲ୍ଲୀପ ମହାନ୍ତି କହିଛନ୍ତି ଯେ ରାଜଧାନୀରେ ଗତକାଲି ଘଟିଯାଇଥିବା ଏହି ଘଟଣାରେ ସମସ୍ତେ ମ୍ରିୟମାଣ । ପ୍ରତିବର୍ଷ ଏଠାରେ ଲୋକେ ମରୁଛନ୍ତି । ରାଜଧାନୀରେ ଡ୍ରେନ ସମସ୍ୟା ଦେଖି ବି ସରକାର ନିଘୋଡ ନିଦରେ ଶୋଇଛନ୍ତି । ପ୍ରତିବର୍ଷ ଅଣଦେଖା କରୁଛନ୍ତି। ବିଏମସି କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଆଜି ଏ ପରିସ୍ଥିତି ଉପୁଜିଛି । ବିଜେପି କର୍ମୀ ମାନେ ବିଏମସିର ଗେଟ ଭାଙ୍ଗିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଏହି ଘଟଣାରେ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉ ନଚେତ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଏହାର ଜବାବ ଦେବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଥାଉକି, ଗତକାଲି ରାଜଧାନୀ ଭୁବନେଶ୍ବରର ଶିରିପୁରର ସୌଭାଗ୍ୟ ନଗରରେ ଡ୍ରେନ ପାଣିରେ ୧୫ ବର୍ଷିୟ ବାଳକ ଟିଉସନ ଯାଉଥିବାବେଳେ ଭାସିଯାଇଥିଲେ । ଏହି ଘଟଣାରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ବହୁ ଖଜାଖୋଜି ପରେ ମଧ୍ୟ ବାଳକର ମୃତ ଦେହ ମିଳିନଥିଲା । ଆଜି ସକାଳେ ବାଳକର ମୃତଦେହ ମିଳିଥିଲା । ଏହି ଘଟଣା ପରେ ରାଜଧାନୀରେ ଡ୍ରେନେଜ ସମସ୍ୟାରେ ଭୁଷୁଡି ପଡିଥିବା ଜଳଜଳ ଦେଖାଦେଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Sep 20, 2021, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.