ଭୁବନେଶ୍ବର:ଆଉ 15 ଜଣଙ୍କର ଜୀବନ ନେଇଛି କୋରୋନା । ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତ୍ୟୁରେ ଲାଗୁନି ବ୍ରେକ । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1425କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
![ଆଉ 15 ଜଣଙ୍କର ଜୀବନ ନେଲା କୋରୋନା](https://etvbharatimages.akamaized.net/etvbharat/prod-images/9475038_corona.jpg)
![ଆଉ 15 ଜଣଙ୍କର ଜୀବନ ନେଲା କୋରୋନା](https://etvbharatimages.akamaized.net/etvbharat/prod-images/9475038_corona2.jpg)
ବରଗଡରୁ 70 ବର୍ଷୀୟ ପୁରୁଷ ଓ 34 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ବଲାଙ୍ଗୀରରୁ 39 ବର୍ଷିୟ ପୁରୁଷ, 45 ବର୍ଷିୟ ପୁରୁଷ, ଭୁବନେଶ୍ବରରେ 59 ବର୍ଷିୟ ପୁରୁଷ ଓ 62 ବର୍ଷିୟ ମହିଳା, କଟକରୁ 86 ବର୍ଷର ପୁରୁଷ, ଦେଓଗଡରୁ 68 ବର୍ଷୀୟ ପୁରୁଷ, ଗଞ୍ଜାମରୁ 62 ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 77 ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ 65 ବର୍ଷିୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି ।
ସେହିପରି ସମ୍ବଲପୁରରୁ 72 ବର୍ଷୀୟ ପୁରୁଷ, 65 ବର୍ଷିୟ ପୁରୁଷ, ଓ 63 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ 50 ବର୍ଷୀୟ ପୁରୁଷଙ୍କର କୋରୋନାରେ ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ