ଭୁବେନେଶ୍ବର: ୨୪ ଘଣ୍ଟାରେ କାଳବୈଶାଖୀ ତାଣ୍ଡବ । ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଗାଁଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚରେ ଏକ ଘୁର୍ଣ୍ଣିବଳୟ ରହିଛି ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବ। ତେବେ ରାଜ୍ୟରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ଶନିବାର ସକାଳ ୮ଟା ୩୦ ସୁଦ୍ଧା ୧୫ ଜିଲ୍ଲା କେନ୍ଦୁଝର ମୟୂରଭଞ୍ଜ,ବାଲେଶ୍ବର,ଭଦ୍ରକ, ଯାଜପୁର,କୋରାପୁଟ, କଟକ, କେନ୍ଦ୍ରାପଡା, ମାଲକାନଗିରି, ଗଜପତି, ରାୟଗଡା, ନୂଆପଡା, କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁରରେ ଘଡଘଡି ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ସର୍ବାଧିକ ବର୍ଷା ୬୪ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବରରେ ୩୨.୮ ମିମି, କଟକରେ ୮ ମିମି ବର୍ଷା ରେକର୍ଡ ହୋଇଛି। ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ