ETV Bharat / city

୧୫ ଡିଗ୍ରୀ ତଳେ ରାଜ୍ୟର ୧୫ ସହର, ଥଣ୍ଡାର ସହର ପାଲଟିଛି ସୋନପୁର

ଆରମ୍ଭ ହୋଇଯାଇଛି ଶୀତ ଲହରୀ । ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୫ ସହରର ତାପମାତ୍ରା । 8.8 ଡ଼ିଗ୍ରୀ ସହ ସୋନପୁର ପାଲଟିଛି ଓଡ଼ିଶାର ସବୁଠୁ ଥଣ୍ଡା ସହର । ଅଧିକ ପଢନ୍ତୁ...

15 cities below 15 degrees, sonepur is the coldest city
୧୫ ଡିଗ୍ରୀ ତଳେ ରାଜ୍ୟର ୧୫ ସହର, ଥଣ୍ଡାର ସହର ପାଲଟିଛି ସୋନପୁର
author img

By

Published : Dec 1, 2020, 12:04 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ରାତ୍ରୀର ତାପମାତ୍ରା ତଳକୁ ଖସିବା ଆରମ୍ଭ କରିଥିବା ବେଳେ ୧୫ ଡିଗ୍ରୀ ତଳେ ରହିଛି ୧୫ ସହର । ଥଣ୍ଡାରେ ଥରୁଛନ୍ତି ଲୋକେ। ସକାଳୁ ସକାଳୁ ଲାଗୁଛି ଚା' ଦୋକାନରେ ପ୍ରବଳ ଭିଡ । ତେବେ ରିପୋର୍ଟ ଅନୁସାରେ 8.8 ଡ଼ିଗ୍ରୀ ସହ ସୋନପୁର ପାଲଟିଛି ଓଡ଼ିଶାର ସବୁଠୁ ଥଣ୍ଡା ସହର ।

ସେହିପରି ଦାରିଙ୍ଗବାଡିରେ 9.0 , ଫୁଲବାଣୀରେ 9.8, ଅନୁଗୁଳ ସହରରେ 10,0, ବାରିପଦା 12.0, ଭବାନୀପାଟଣାରେ 12.0,କୋରାପୁଟରେ 12.4, କେନ୍ଦୁଝରରେ 12.4, ଝାରସୁଗୁଡାରେ 13.2, ସୁନ୍ଦରଗଡରେ 14.0, ତାଳଚେର 14.0, ବୌଦ୍ଧରେ 14.0, ବଲାଙ୍ଗୀରରେ 14.0 , କଟକରେ 14.5 ଏବଂ ଚାନ୍ଦବାଲି ଠାରେ 14.8 ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଏପଟେ ରାଜଧାନୀ ଭୁବନେଶ୍ବରରେ 15.4°C ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଗକୁ ତାପମାତ୍ରା ଆହୁରି ତଳକୁ ଖସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.