ETV Bharat / city

‘ମିଶନଶକ୍ତି ମହିଳାଙ୍କୁ ବିନା ସୁଧରେ ଦିଆଯାଇଛି 145 କୋଟିର ଋଣ’ - lockdown period

ମିଶନଶକ୍ତିର ମହିଳା ମାନେ ଜଣେ ଜଣେ କୋରୋନା ଯୋଦ୍ଧା । ରାଜ୍ୟର 70 ଲକ୍ଷ ମିଶନ ଶକ୍ତିର ମହିଳା ଜଣେ ଜଣେ କୋରୋନା ସଂଗ୍ରାମୀ । ସେମାନେ ସାହସ ଓ ତ୍ୟାଗ ମାଧ୍ୟମରେ ଯୁଦ୍ଧ କରିଚାଲିଛନ୍ତି । ଏପରି କିଛି କହି ଆଜି ମହିଳାଙ୍କ ଉତ୍ସାହ ବଢାଇଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ଅଧିକ ପଢନ୍ତୁ...

‘ମିଶନଶକ୍ତି ମହିଳାଙ୍କୁ ବିନା ସୁଧରେ ଦିଆଯାଇଛି 145 କୋଟି ଋଣ’

author img

By

Published : May 9, 2020, 6:17 PM IST

Updated : May 9, 2020, 6:50 PM IST

ଭୁବନେଶ୍ବର: ମିଶନଶକ୍ତିର ମହିଳା ମାନେ ଜଣେ ଜଣେ କୋରୋନା ଯୋଦ୍ଧା । ରାଜ୍ୟର 70 ଲକ୍ଷ ମିଶନ ଶକ୍ତିର ମହିଳା ଜଣେ ଜଣେ କୋରୋନା ସଂଗ୍ରାମୀ । ସେମାନେ ସାହସ ଓ ତ୍ୟାଗ ମାଧ୍ୟମରେ ଯୁଦ୍ଧ କରିଚାଲିଛନ୍ତି । ସେମାନେ ଉତ୍ସାହ ଓ ନିଷ୍ଠାର ସହ ନିଜ ଗାଁରେ, ନିଜ ୱାର୍ଡରେ ନେତୃତ୍ବ ନେଉଛନ୍ତି । ଲକ୍‌ଡାଉନ୍‌ର 45 ଦିନ ପରେ ବି ସେମାନଙ୍କର ଉତ୍ସାହ ଓ ଆଗ୍ରହ କମିନାହିଁ ବୋଲି କହି ମିଶନ ଶକ୍ତି ମହିଳାଙ୍କ ଉତ୍ସାହ ବଢାଇଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

‘ମିଶନଶକ୍ତି ମହିଳାଙ୍କୁ ବିନା ସୁଧରେ ଦିଆଯାଇଛି 145 କୋଟିର ଋଣ’

ସେହିପରି ଗ୍ରାମାଞ୍ଚଳର ମା’ ମାନେ ହେଉଛନ୍ତି ରାଜ୍ୟର ମେରୁଦଣ୍ଡ । ମିଶନଶକ୍ତିର ମହିଳାମାନେ ଗ୍ରାମାଞ୍ଚଳରେ 40 ଲକ୍ଷରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରିସାରିଲେଣି। 8 ହଜାର ମହିଳାମାନେ ପରିବା ବଣ୍ଟନ କରିସାରିଲେଣି। ଏହାସହ ଏମାନେ ବିଭିନ୍ନ ପଞ୍ଚାୟତରେ କିଚେନ ଆରମ୍ଭ କରିଛନ୍ତି । ଏହି ଅବଧି ଭିତରେ ପ୍ରାୟ ଦେଢ କୋଟି ମିଲ୍‌ ବନେଇସାରିଥିବା ସେ ଦର୍ଶାଇଛନ୍ତି।

ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ରରେ 80 ଲକ୍ଷ ମା ଓ ପିଲାଙ୍କୁ କେନ୍ଦ୍ରରେ ଖାଦ୍ୟ ବଣ୍ଟନ ନକରି ଘରେ ଘରେ ଯାଇ ଖାଦ୍ୟ ବଣ୍ଟନ କରିଛନ୍ତି। ଗ୍ରୀନ ଓ ଅରେଞ୍ଜ ଜୋନରେ ଏସଏଚଜି ଗ୍ରୁପ ମାନେ ଆଗକୁ ଆସିଛନ୍ତି। ମିଶନଶକ୍ତି ମହିଳାଙ୍କୁ ବିନା ସୁଧରେ 145 କୋଟିର ଋଣ ଦିଆଯାଇଛି। ସେହିପରି SHGର ପ୍ରତି ମହିଳାଙ୍କୁ 5 ହଜାର ଟଙ୍କା କୋଭିଡ୍‌ ଋଣ ଦିଆଯାଇପାରିବ । ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ 1 ଲକ୍ଷ ଟଙ୍କାର କୋଭିଡ୍‌ ଋଣ ଦିଆଯାଇପାରିବ ବୋଲି ସେ ଦର୍ଶାଇଛନ୍ତି ।

ଏହାସହ ପ୍ରାୟତଃ ମାଆଙ୍କ ସ୍ବାମୀ ପୁଅ ମାନେ ବାହାରୁ ଫେରୁଛନ୍ତି। ନିଜର ମମତା ଓ ସ୍ନେହ ବି ରହିଥିବ। ସେଥିପାଇଁ ସେମାନଙ୍କୁ ଦେଖିବା ପାଇଁ କୌଣସି ବାହାନାରେ କ୍ବାରେଣ୍ଟାଇନ ସେଣ୍ଟରକୁ ନଯିବାକୁ ସେ ଅନୁରୋଧ କରିଛନ୍ତି। ସମସ୍ତ ଫେରନ୍ତା 21 ଦିନ ଗାଁ ବାହାରେ ରହିବାକୁ ବାଧ୍ୟ। ଘର ଅନ୍ୟ ସଦସ୍ୟ ମାନଙ୍କୁ ବି କ୍ବାରେଣ୍ଟାଇନକୁ ଯିବାକୁ ଦେବେନି। ଲୁଚିକି ଘରକୁ ଆସିବେନି। ସେଠି ରହିଲା ବେଳେ ବି ସରକାରଙ୍କର ନିୟମ ପାଳନ କରିବେ ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 9, 2020, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.