ETV Bharat / city

ରାଜ୍ୟରେ ଦିନକରେ ପୁଣି 1434 ଆକ୍ରାନ୍ତ - state covid update

ଆଜି ପୁଣି 1434 ନୂତନ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ସଂକ୍ରମଣ ମାମଲା 301574 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନିକରେ ପୁଣି 1434 ଆକ୍ରାନ୍ତ
ରାଜ୍ୟରେ ଦିନିକରେ ପୁଣି 1434 ଆକ୍ରାନ୍ତ
author img

By

Published : Nov 8, 2020, 12:48 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଲହରୀ ଜାରି ରହିଛି । ଗତ 24 ଘଣ୍ଟାରେ ପୁଣି 1434 ନୂଆ ସଂକ୍ରମିତ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତ ସଂଖ୍ଯା 301574 ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 833 ଜଣ ବାହାରିଛନ୍ତି । 601 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ 144 ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେହିଭଳି କଟକରୁ 141, ଅନୁଗୋଳରେ 90, ବାଲେଶ୍ବରରେ 99, ବରଗଡରେ 65, ଭଦ୍ରକରେ 31, ବଲାଙ୍ଗୀରରେ 66, ବୌଦ୍ଧରେ 6, ଢେଙ୍କାନାଳରେ 21, ଗଞ୍ଜାମରେ 17, ଗଜପତିରେ 6, ଦେବଗଡରୁ 6 ଜଣ କୋରୋନା ପଜିଟିଭି ରିପୋର୍ଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ 68 ଜଣ ଜଗତସିଂହପୁର, 33 ଜଣ ଯାଜପୁର, 31 ଝାରସୁଗୁଡା, 35 କଳାହାଣ୍ଡି, 12 କନ୍ଧମାଳ, 54 କେନ୍ଦ୍ରାପଡା, 50 କେନ୍ଦୁଝର, 25 କୋରାପୁଟରୁ ରହିଛନ୍ତି।

ମାଲକାନଗିରିରରେ 14, ମୟୂରଭଞ୍ଜରେ 80, ନବରଙ୍ଗପୁରରେ 27, ନୟାଗଡରେ 17 , ନୂଆପଡାରେ 35, ପୁରୀରେ 77, ରାୟଗଡାରେ 9, ସମ୍ବଲପୁରରେ 38, ସୋନପୁରରେ 12, ସୁନ୍ଦରଗଡରେ 98 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଷ୍ଟେଟ ପୋଲ 28 ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 286857 ଜଣ ସୁ୍ସ୍ଥ ହୋଇସାରିଲେଣି । ସେଥିମଧ୍ୟରୁ ସକ୍ରିୟ ମାମଲା ରହିଛି 13239। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 4939390 ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.