ETV Bharat / city

OAS ପାହ୍ୟାକୁ ପଦୋନ୍ନତି ହେଲେ 143 ORS

ଓଡ଼ିଶା ରାଜସ୍ୱ ସେବା(ORS)ର 143 ଜଣ ଅଫିସରଙ୍କୁ ଓଏଏସ ପାହ୍ୟାକୁ ପଦୋନ୍ନତି । ଅଧିକ ପଢନ୍ତୁ

ଓଏଏସ ପାହ୍ୟାକୁ ପଦୋନ୍ନତି ହେଲେ 143 ଓଆରଏସ
ଓଏଏସ ପାହ୍ୟାକୁ ପଦୋନ୍ନତି ହେଲେ 143 ଓଆରଏସ
author img

By

Published : Oct 2, 2022, 7:09 AM IST

ଭୁବନେଶ୍ବର: ଓଡ଼ିଶା ରାଜସ୍ବ ସେବା(Odisha Revenue Service)ର 143 ଜଣ ଅଫିସରଙ୍କୁ ପଦୋନ୍ନତି । ଏହି ଅଫିସରଙ୍କୁ ରାଜ୍ୟ ସରକାର OAS ପାହ୍ୟାକୁ ଉନ୍ନୀତ କରିଛନ୍ତି । ପଦୋନ୍ନତି ପାଇଥିବା ଅଫିସରମାନେ ଏବେ ଯେଉଁଠି କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ ଜାରି ରଖିବେ । ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜସ୍ବ ସେବା ବା ‘ଗ୍ରୁପ-ବି’ ଅଫିସର ଭାବେ କାର୍ଯ୍ୟ କରୁଥିବା 143 ଜଣ ଅଫିସରଙ୍କୁ ଓଏଏସ ଗ୍ରୁପ-ଏ ପାହ୍ୟାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କ ନିଯୁକ୍ତି ବର୍ଷ ଓଏଏସ ପାହ୍ୟାରେ 2022 ଭାବେ ବିବେଚନା କରାଯିବ । ଏହି ଅଫିସରମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.