ETV Bharat / city

ରାଜ୍ୟରେ ସର୍ବାଧିକ 14 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି - ରାଜ୍ୟରେ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଆଜି ସର୍ବାଧିକ 14 ଜଣ କୋରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସର୍ବାଧିକ 14 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି

author img

By

Published : Aug 10, 2020, 12:27 PM IST

ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଣି ରାଜ୍ୟରେ 14 କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ପାଇଛି ।

ନୟାଗଡର 30, 34 ଓ 78 ବର୍ଷୀୟ ପୁରୁଷ, ଭୁବନେଶ୍ୱରର 84 ବର୍ଷୀୟ ମହିଳା, ଖୋର୍ଦ୍ଧାର 82 ଓ 69 ବର୍ଷୀୟ ପୁରୁଷ, ଗଞ୍ଜାମର 85, 65, 50, 55, 50 ବର୍ଷୀୟ ପୁରୁଷ ଓ 70 ବର୍ଷୀୟ ମହିଳା , ରାୟଗଡାର 46 ବର୍ଷୀୟ ପୁରୁଷ, ସୁନ୍ଦରଗଡର 72 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟର 29 ଜିଲ୍ଲାରୁ 1528 ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ 948 ଓ ସ୍ଥାନୀୟ ଅଞ୍ଚଳରୁ 580 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ସୁଦ୍ଧା 669266 ଟେଷ୍ଟ ହୋଇସାରିଥିବା ବେଳେ 31784 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ଟିଭ ମାମଲା 15334 ରହିଛି ।

@H&FW

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.