ETV Bharat / city

ରାଜ୍ୟରୁ ପୁଣି 14 ଜଣଙ୍କ ମୁଣ୍ଡ ନେଲା କୋରୋନା

author img

By

Published : May 2, 2021, 10:01 AM IST

ରାଜ୍ୟରେ ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଆଜି 14 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 14 ଜଣଙ୍କ ମୁଣ୍ଡ ନେଲା କୋରୋନା
ରାଜ୍ୟରେ ପୁଣି 14 ଜଣଙ୍କ ମୁଣ୍ଡ ନେଲା କୋରୋନା

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ରାଜ୍ୟରେ କୋରୋନାରେ ଆକ୍ରାନ୍ତ ହୋଇ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି 14 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ତେବେ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ 58 ବର୍ଷିୟ ପୁରୁଷ ହୋଇଥିବା ବେଳେ ବୌଦ୍ଧରୁ ଜଣେ 46 ବର୍ଷୀୟ ପୁରୁଷ, ବଲାଙ୍ଗୀରୁ 38 ବର୍ଷୀୟ ପୁରୁଷ, ଭଦ୍ରକରୁ ଜଣେ 79 ବର୍ଷୀୟ ପୁରୁଷ, ଦେଓଗଡରୁ ଜଣେ 48 ବର୍ଷୀୟ ପୁରୁଷ, ଗଞ୍ଜାମରୁ ଜଣେ 55 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ ଜଣେ 55 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି କେନ୍ଦୁଝରରୁ ଜଣେ 65 ବର୍ଷୀୟ ମହିଳା ଓ ଜଣେ 42 ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ 52 ବର୍ଷୀୟ ପୁରୁଷ, ଜଣେ 89 ବର୍ଷୀୟ ମହିଳା, ଜଣେ 40 ବର୍ଷୀୟ ମହିଳା ଓ ଜଣେ 58 ବର୍ଷିୟ ମହିଳା, ସୁନ୍ଦରଗଡରୁ ଜଣେ 34 ବର୍ଷିୟ ପୁରୁଷ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.