ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଏପଟେ ବସ୍ତିରେ ବି ବ୍ୟାପୁଛି କୋରୋନା । ଗୋଟିଏ ଦିନରେ 137ଟି ପଜିଟିଭ ଚିହ୍ନଟ ହୋଇଥିବାବେଳେ 118 ଜଣ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ 113 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 24 ରହିଛି ।
କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା 113 ଜଣଙ୍କ ମଧ୍ୟରୁ ସାଲିଆ ସାହିରୁ 10 ଜଣ ଚିହ୍ନଟ ହେଇଛନ୍ତି । 7 ଜଣ ୟୁନିଟ-8 ଓସିସି ବସ୍ତିର ରହିଛନ୍ତି । ସେହିପରି 9 ଜଣ ଭୀମପୁର, 8 ଗଙ୍ଗନଗର ବସ୍ତି, 6 ବଡଗଡ, 5 ୟୁନିଟ-9, 4 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 5 ଜଣ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, 4 ଗଙ୍ଗନଗର, 4 ସତ୍ୟନଗର, 3 ଅଶୋକ ନଗର ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଭାବରେ ବମିଖାଲ, ଡୁମଡୁମା, ଝାରପଡ଼ା, କଟକ ରୋଡ଼, ଓଲ୍ଡ ଟାଉନ, ଜାଗମରା, ଆଦି ଅଞ୍ଚଳରେ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅଶୋକ ନଗର, ଆଇ ଆରସି ଭିଲେଜ, ଚନ୍ଦ୍ରଶେଖରପୁର, କଳିଙ୍ଗ ନଗର, ଘାଟିକିଆ ଅଞ୍ଚଚଳରୁ ଜଣେ ଲେଖାଁ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଭାବେ 24 ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 2 ଜଣ ଆଇଆରସି ଭିଲେଜ, 4 ଜଣ ସମାନ୍ତରାପୁର, 2 ବରମୁଣ୍ଡାରୁ ଚିହ୍ନଟ ହୋଇଥିବା ବେଳେ, ଚିନ୍ତାମଣିଶ୍ୱର, ରସୁଲଗଡ, ଓଲଡ଼ ଟାଉନ, ନୟାପଲ୍ଲୀ, ଗ୍ୟାରେଜ ଛକ, ଝାରପଡ଼ା, ଭଗବାନପୁର, ଗଙ୍ଗନଗର ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ଯା 3354କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି 2061 ଜଣ। 1273 ଜଣ ଚିକିତ୍ସାଧୀନ ଥିବାବେଳେ 18 ଜଣଙ୍କର ମୃତ୍ୟୁ ଘଟିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ