ETV Bharat / city

କୋଭିଡ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଗର୍ଜିବେ ବିରୋଧୀ

author img

By

Published : Jun 25, 2020, 2:08 PM IST

କୋରୋନା ପରିଚାଳନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ବିରୋଧୀ ଦଳ ନେତା । ଏହାକୁ ପ୍ରତିବାଦ କରି ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବେ 13ଟି ରାଜନୈତିକ ଦଳ । ଅଧିକ ପଢନ୍ତୁ...

13  political parties will take to the streets in protest of Corona's rule
କୋଭିଡ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଗର୍ଜିବେ ବିରୋଧୀ

ଭୁବନେଶ୍ବର: କୋଭିଡ ପରିଚାଳନାକୁ କେନ୍ଦ୍ର କରି ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବେ 13ଟି ରାଜନୈତିକ ଦଳ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏମାନେ ଏକାଠି ହେବେ । କୋରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିନ 10ଟାରେ ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରିବାର ଯୋଜନା ରହିଛି । ଏତଦ୍‌ବ୍ୟତୀତ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂର ଦୃଷ୍ଟିହୀନତା ଯୋଗୁଁ ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ସରକାର କୋରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ ଟେଷ୍ଟିଂକୁ ଗୁରୁତ୍ବ ନଦେଇ ଲକଡାଉନ ତଥା ସଟଡାଉନକୁ ଗୁରୁତ୍ବ ଦେଇଥିଲେ । ସେହିପରି ଦେଶରେ କୋଭିଡ ଟେଷ୍ଟିଂ ହାର ଯଥେଷ୍ଟ କମ ଥିବାବେଳେ ପ୍ରତି 1000 ଲୋକରେ ମାତ୍ର ୩.୮ ଜଣଙ୍କ କୋଭିଡ ଟେଷ୍ଟିଂ କରାଯାଉଛି । ଯାହାର ଫଳସ୍ବରୂପ ବ୍ୟାପକ ସଂକ୍ରମଣ ଦେଖାଦେଇଛି ଏବଂ ପୃଥିବୀରେ କୋଭିଡ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି ।

ମୋଦି ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକଡାଉନ ଘୋଷଣା କରିଥିଲେ । ଯାହାର ପରିଣାମ ସ୍ବରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ । ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ଯ୍ୟାତନାର ଶିକାର ହୋଇଥିଲେ । ହଜାର ହଜାର କିଲୋମିଟର ଭୋକ ଉପାସରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟ୍ରେନ୍‌, ବସ ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିବାକୁ ବାଧ୍ୟ ହୋଇଥିଲେ । ଏଥିପାଇଁ କେବଳ ମୋଦି ସରକାରଙ୍କ ଅକ୍ଷମଣୀୟ ଦୂରଦୃଷ୍ଟିହୀନତାକୁ ଦାୟୀ କରିଛନ୍ତି ବିରୋଧୀ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କୋରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । କୋଭିଡ କବଳରୁ ଜୀବନକୁ ରକ୍ଷା କରିବାର ଆହ୍ବାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ଏ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକୀୟ ଆନ୍ତରିକତା ଦେଖାଉନାହାନ୍ତି ।

ଅପରପକ୍ଷେ ସ୍ବୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ ହଜାର ଟେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ମାତ୍ର ୩ ହଜାର କୋଭିଡ ଟେଷ୍ଟିଂ ବି ହେଉନାହିଁ । ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କ କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି । ସେମାନେ ଟେଷ୍ଟିଂ ପାଇଁ ଅନୁରୋଧ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ ଅଣଦେଖା କରାଯାଇ ଘରକୁ ପଠାଇ ଦିଆଯାଉଛି । ଫଳରେ ଗୋଷ୍ଠୀ ସଂକ୍ରମଣ ରାଜ୍ୟରେ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋରୋନା ମହାମାରୀ ପରିଚାଳନାରେ ତ୍ରୁଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ଯ୍ୟକ୍ରମର ପ୍ରତିବାଦ ଓ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟବାସୀଙ୍କୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଛନ୍ତି ।

ସେପଟେ ବିରୋଧୀ 13ଟି ଦଳର ଆନ୍ଦୋଳନ ପ୍ରସଙ୍ଗରେ ନିଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଦେଶରେ ଅରାଜକତା ସୃଷ୍ଟି କରିବାକୁ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ଉଦ୍ୟମ କରୁଛନ୍ତି । କୋରୋନା ମୁକାବିଲା ଓ ଲୋକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ତେଣୁ କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳ ଏଭଳି ବିରୋଧରୁ କ୍ଷାନ୍ତ ରୁହନ୍ତୁ । ନଚେତ ଲୋକଙ୍କ ଦ୍ବାରା ସମ୍ପୂର୍ଣ୍ଣ ପ୍ରତ୍ୟାକ୍ଷିତ ହେବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.