ଭୁବନେଶ୍ବର: ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ୧୨୫ ଜୁନିଅର ଆସିଷ୍ଟାଣ୍ଟ ଯୋଗ ଦେଇଛନ୍ତି । ଏନେଇ ଲୋକସଭା ଭବନରେ ଆୟୋଜିତ ହୋଇଯାଇଛି ବିଶେଷ କାର୍ଯ୍ୟକ୍ରମ । ଏହି ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବନିଯୁକ୍ତ 125 ଜୁନିଅର ଆସିଷ୍ଟାଣ୍ଟଙ୍କୁ(125 Junior Assistants join) ସ୍ବାଗତ କରିବା ସହ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ବିକାଶମୂଳକ ସ୍କିମ ଓ ଯୋଜନାଗୁଡ଼ିକର ମୁଖ୍ୟ ହିତାଧିକାରୀ ହେଉଛନ୍ତି ଗରିବ ଓ ନିଷ୍ପେସିତ ଲୋକ(poor and the marginalized) । ଏଣୁ ସମସ୍ତ ନାଗରିକଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପୋଷଣା କରିବା ସହ ସମ୍ମାନ ଓ ସହୃଦୟତାର ସହିତ ଉଚିତ ବ୍ୟବହାର କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୃହ ଓ ନଗର ଉନ୍ନୟନ ବିଭାଗ 5-ଟି ଅଧିନରେ ଜାଗା ମିଶନ, ମୁକ୍ତା, ଆହାର, ଉନ୍ନତି, ଡ୍ରିଙ୍କ ଫ୍ରମ ଟେପ, ଅର୍ବାନ ୱାଟର ସପ୍ଳାଏ, ଅର୍ବାନ ସାନିଟାଇଜେସନ, ଗରିମା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ସହରାଞ୍ଚଳର ଲୋକେ ବେଶ ଉପକୃତ ହୋଇପାରିଛନ୍ତି । ତେବେ ସମସ୍ତ 114 ଟି ମ୍ୟୁନିସିପାଲଟିରେ କନିଷ୍ଠ ସହାୟକଙ୍କ ନିଯୁକ୍ତ ପରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସେମାନେ ଅଧିକ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ନବ ନିଯୁକ୍ତ କର୍ମଚାରୀଙ୍କୁ 5-ଟି ଓ ମୋ ସରକାରର ମୂଳଲକ୍ଷ୍ୟକୁ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ(CM Naveen Patnaik) ।
ଏପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ(Secretary to Chief Minister (5T) Shri V K Pandian) ପରାମର୍ଶ ଦେଇ କହିଛନ୍ତି ଯେ, ନବ ନିଯୁକ୍ତ କର୍ମଚାରୀ ଏକ ସ୍ବଚ୍ଛ ପ୍ରକ୍ରିୟା ଓ ଯୋଗ୍ୟତା ଭିତ୍ତିରେ ସରକାରୀ ଚାକିରି ପାଇଛନ୍ତି । ସେହିପରି ଲୋକଙ୍କୁ ସେବା ଯୋଗାଇଦେବା ବେଳେ ମଧ୍ୟ ସ୍ବଚ୍ଛତା ଅବଲମ୍ବନ କରିବେ । ଗରିବ ଲୋକଙ୍କ କଲ୍ୟାଣ ଦିଗରେ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବେ । ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ