ETV Bharat / city

ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି, ୪ଟି ଶୋ' ରୁମରୁ ୧୨୦ ଟିଭି ଜବତ

ଭୁବନେଶ୍ବରରେ ଧରାପଡିଲେ ନକଲି ଟିଭି ବିକ୍ରି କରୁଥିବା ବ୍ୟବସାୟୀ । ଏୟାରଫିଲ୍ଡ ଅଞ୍ଚଳର ୪ଟି ଶୋ' ରୁମରୁ ଜବତ ହୋଇଛି ନକଲି ଟିଭି । ଅଧିକ ପଢନ୍ତୁ...

author img

By

Published : Jun 1, 2021, 4:37 PM IST

Updated : Jun 1, 2021, 8:56 PM IST

ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି, ୪ଟି ସୋ ରୁମରୁ ୧୨୦ ଟିଭି ଜବତ

ଭୁବନେଶ୍ବର: ଅସଲି ବ୍ରାଣ୍ଡ ନାଁରେ ନକଲି ଟିଭି । ଶୋ' ରୁମରେ ବିକୁଥିଲେ କମ ଦାମରେ । ଇନପୋର୍ଟ ଟିଭି କହି ଭୁଆଁ ବୁଲାଉଥିଲେ । ରାଜଧାନୀରେ ଏପରି କାରବାରର ଖବର ପାଇ ଚଢ଼ାଉ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ଲକ୍ଷ୍ମୀସାଗର, ବଡ଼ଗଡ଼, ମଞ୍ଚେଶ୍ବର, ଏୟାରଫିଲ୍ଡ ଅଞ୍ଚଳର ୪ଟି ସୋରୁମରରୁ ଜବତ ହୋଇଛି ନକଲି ଟିଭି । ସ୍ମାର୍ଟ ଆଣ୍ଡ୍ରଏଡ଼ କହି ଏସବୁ ଟିଭିକୁ ଅଧା ଦାମରେ ବିକୁଥିଲେ । ଯାହା ବର୍ଷେ ଭିତରେ ଖରାପ ହେଉଥିଲା ତାକୁ ରିଟଣ୍ଣ କରୁଥିଲେ । ଏପରି କରି ରାଜଧାନୀରେ ୧୨୦ଟି ଟିଭିକୁ ଜବତ କରିଛି କମିଶନରେଟ ପୋଲିସ ।

ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ଖୁସି ଇଲେକ୍ଟ୍ରନିକ୍ସର ମାଲିକ ଟି. ପ୍ରଭାକର ରାଓ, ସାଇ ଇଲୋକ୍ଟ୍ରୋନିକ୍ସ ମାଲିକ ଶିବ ପ୍ରସାଦ ସାହୁ, ଗଣପତି ଇଲେକ୍ଟ୍ରୋନିକ୍ସର ମାଲିକ ମାନସ ଜେନା, ୟୁନିଟେକ ଇଲେକ୍ଟ୍ରାନିକ୍ସର ମାଲିକ ଶମିମ ଖାନକୁ ଗିରଫ କରିଛି କମିଶନରେଟ ପୋଲିସ । ବିଶେଷ କରି କଲିକତା ଅଞ୍ଚଳରୁ ନକଲି ଟିଭି ଆଣି ଏପରି କାରବାର କରୁଥିଲେ । ଏସବୁ ପଛରେ ମାଷ୍ଟରମାଇଣ୍ଡ ଟି ପ୍ରଭାକର ରାଓ ଯେ କି ଏସବୁ ନେଟଓ୍ୱାର୍କ ଚଲାଉଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 1, 2021, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.