ETV Bharat / city

ଖରିଫ‌ ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ

ଖରିଫ ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ନାମ ପଞ୍ଜିକରଣ କରିଥିବା ଚାଷୀଙ୍କଠାରୁ ଖରିଫ୍‌ ଧାନ ସଂଗ୍ରହରେ ସ୍ବଚ୍ଛତା ପାଇଁ ଏହି ଅଧିକାରୀ କାର୍ଯ୍ୟ କରିବେ। ଅଧିକ ପଢ଼ନ୍ତୁ...

author img

By

Published : Nov 29, 2020, 10:55 PM IST

ଖରିଫ‌ ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ
ଖରିଫ‌ ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ନାମ ପଞ୍ଜିକରଣ କରିଥିବା ଚାଷୀଙ୍କଠାରୁ ଖରିଫ୍‌ ଧାନ ସଂଗ୍ରହ ହେବ। ଏହି କାର୍ଯ୍ୟକୁ ସ୍ବଚ୍ଛ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ 12ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପରାମର୍ଶ ଦେଇଥିଲେ।

ଏହି 12 ଜଣ ଅଧିକାରୀ ପ୍ରତିଦିନ ଧାନସଂଗ୍ରହ କାର୍ଯ୍ୟକୁ ତଦାରଖ କରିବେ। ଏହାସହ ଦାୟିତ୍ବ ନେଇଥିବା ଜିଲ୍ଲାଗୁଡ଼ିକୁ ନିୟମିତ ପରିଦର୍ଶନ କରିବେ। ଅଧିକାରୀମାନଙ୍କ ଜିଲ୍ଲା ଗସ୍ତ ସମୟରେ ଚାଷୀ ଓ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବେ। ଏହାପରେ ଧାନ ସଂଗ୍ରହରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ଏହି 12 ଅଧିକାରୀ।

ଏହି ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ବଜିତ କେଶରୀ ଦାସଙ୍କୁ ବରଗଡ଼ ଜିଲ୍ଲା, ନିବନ୍ଧକ ସମବାୟ ସମିତି ସମୂହ ସୁଶାନ୍ତ ବାରିକଙ୍କୁ ସମ୍ବଲପୁର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଧୀରେନ୍ଦ୍ର କୁମାର ସାହୁଙ୍କୁ କଳାହାଣ୍ଡି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପାତ୍ରଙ୍କୁ ନୂଆପଡ଼ା, ସମବାୟ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭରତ ଚନ୍ଦ୍ର ବେହେରାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି।

ସେହିଭଳି ଯୁଗ୍ମ ଶାସନ ସଚିବ ସୁଦର୍ଶନ ସେଠୀଙ୍କୁ ବଲାଙ୍ଗୀର ଜିଲ୍ଲା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନରେନ୍ଦ୍ର କୁମାର ରାଉତଙ୍କୁ କୋରାପୁଟ, ସମବାୟ ବିଭାଗର ଯୁଗ୍ମ ସଚିବ ସନ୍ତୋଷ କୁମାରଙ୍କୁ ଦାଶ ବୌଦ୍ଧ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଜ୍ୟୋତି କୁମାର ଲାକ୍ରାଙ୍କୁ ସୁନ୍ଦରଗଡ଼, ସମବାୟ ବିଭାଗର ଉପଶାସନ ସଚିବ ସୁଶାନ୍ତ କୁମାର ପଣ୍ଡା କେନ୍ଦୁଝର, ଡିଆର୍‌ସିଏସ୍ କୃଷ୍ଣଚନ୍ଦ୍ର ଦାସ ଝାରସୁଗୁଡ଼ା ଜିଲ୍ଲା ଏବଂ ଜିଏମ୍‌ (ପିଡିଏସ୍‌) ସୁଧାକର ଶବରଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି ।

ଏଥିସହ ନିବନ୍ଧକ ସମବାୟ ସମିତି ସମୂହଙ୍କ ପକ୍ଷରୁ ସମସ୍ତ ଡିଆରସିଏସ୍‌(drds) ଓ ଏଆରସିଏସ(arcs) କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଆରସିଏସ ଓ ଏଆରସିଏସମାନେ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି ଉପୁଜୁଥିବା ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମାଧାନ ହୋଇପାରୁ ନଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା ପାଇଁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.