ଭୁବନେଶ୍ବର: ଦୁଇଦିନ ପାଇଁ ସେବାବନ୍ଦ ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ । 27 ଏବଂ 28 ତାରିଖ ଦୁଇଦିନ ସନ୍ଧ୍ୟାବେଳେ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସଂଧ୍ୟା 6 ରୁ ସକାଳ 6ଟା ପାର୍ଯ୍ୟନ୍ତ ଦୁଇଦିନ 12 ଘଣ୍ଟାକାଳ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ ସରକାର ଭାଟ୍ କମାଇବା ଦ୍ଵାରା ପେଟ୍ରୋଲ ପମ୍ପ ଡିଲର୍ସ ମାନେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ।
ଅଧିକ ଦାମରେ କିଣି କମ୍ ଦାମରେ ପେଟ୍ରୋଲ ବିକ୍ରି ଯୋଗୁଁ ଏହି କ୍ଷତି ସହିଛନ୍ତି ପେଟ୍ରୋଲ ପମ୍ପ ଡିଲର୍ସ । ତେଣୁ ତୈଳ କମ୍ପାନୀମାନଙ୍କଠାରୁ କ୍ଷତିପୂରଣ ଦାବିରେ ହେଉଛି ଧର୍ମଘଟ । ଏହାସହ ୨ଦିନ ଧରି ତୈଳ କମ୍ପାନୀମାନଙ୍କଠାରୁ ତୈଳ କିଣା ଯିବନି ବୋଲି କହିଛନ୍ତି ପେଟ୍ରୋଲ ଡିଲର୍ସ ଆସୋସିଏସନ୍ । ଦାବି ପୁରଣ ନହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି କହଛି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ । ତେବେ ଏହି ଧର୍ମଘଟରେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ୍ ସାମିଲ ହେବନାହିଁ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ