ଭୁବନେଶ୍ୱର: ରାଜଧାନୀରେ ବ୍ୟାପିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି(ରବିବାର) 118ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସଂଗରୋଧ କେନ୍ଦ୍ରରୁ 69 ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 49 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ 125 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସଂଗରୋଧ କେନ୍ଦ୍ରରେ 69 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 7 ଜଣ ହେଉଛନ୍ତି ଏକ ଘରୋଇ ହସ୍ପିଟାଲର କର୍ମଚାରୀ, 2 ଜଣ ଭୋଇ ନଗର ଅଞ୍ଚଳର, ସାଳିଆ ସାହିରୁ 2, ସେହିପରି 2 ଜଣ ଚନ୍ଦ୍ରଶେଖରପୁରର, 5 ପଳାସପଲ୍ଲୀ, 2 ନିୟୁ ଫରେଷ୍ଟ ପାର୍କ, 2 ଜଣ ଆଇଗିଣିଆ, 3 ଜଣ ପୋଲିସ କର୍ମଚାରୀ, ମାଆ ତାରିଣୀ ବସ୍ତିରୁ 2, ପାଣ୍ଡରାରୁ 3, ଜାଗମରାରୁ 4, ବରଗଡରୁ 2, ସେହିପରି ଭାବରେ ଲକ୍ଷ୍ମୀସାଗର, ପଳାଶୁଣି, ରସୁଲଗଡ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 49 ଜଣ ଚିହ୍ନଟ ହୋଇଛନ୍ତି। 2 ଜଣ ସତ୍ୟନଗର, 2 ଜଣ ଆଇଆରସି ଭିଲେଜ, 2 ଖଣ୍ଡଗିରି, 2 ଭୋଇନଗର, 2 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, ଜୟଦେବ ବିହାର, ବରମୁଣ୍ଡା, ଖଣ୍ଡଗିରି, ଡମଣା, ଟଙ୍କପାଣି ଅଞ୍ଚଳ, ଡୁମଡୁମା, ବୁଦ୍ଧ ମନ୍ଦିର ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଭାବରେ 125 ଜଣ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2979ରେ ପହଞ୍ଚିଥିବାବେଳେ, ମୋଟ 1268 ଜଣ ଚିକିତ୍ସାଧୀନ ଥିବାବେଳେ, 1691 ସୁସ୍ଥ ହୋଇଛନ୍ତି ଏଥିରେ 18 ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ