ETV Bharat / city

ରାଜଧାନୀରେ ନୂଆ 118 କୋରୋନା ପଜିଟିଭ, 47 ଲୋକୋଲ କେସ୍ - କୋରୋନା ଅପଡେଟ

ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା । ପ୍ରତ୍ୟକ ଦିନ ବୃଦ୍ଧି ପାଉଛି ପଜିଟିଭ ସଂଖ୍ୟା । ଗୁରୁବାର ଦିନକରେ 118 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 71 ଜଣ ଓ ସ୍ଥାନୀୟ ସଂକ୍ରମଣ 47 ଜଣ ରହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ରାଜଧାନୀରେ ଆଉ ନୂଆ 118 ପଜିଟିଭ ଚିହ୍ନଟ, 10 ସ୍ୱାସ୍ଥ୍ୟ କର୍ମଚାରୀ ଆକ୍ରାନ୍ତ

author img

By

Published : Aug 6, 2020, 6:22 PM IST

ଭୁବନେଶ୍ୱର: ଆଜି (ଗୁରୁବାର) ଗୋଟିଏ ଦିନରେ ରାଜଧାନୀରେ 118 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 71 ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମଣ 47 ଜଣ ରହିଛନ୍ତି । ଆଜି 90 ଜଣ ସୁସ୍ଥ ହୋଇଛନ୍ତି ।

71 ଜଣ ସଂକ୍ରମିତଙ୍କ ମଧ୍ୟରୁ 10 ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରହିଛନ୍ତି । ସେହିପରି 7 ଜଣ ରିଜର୍ଭ ପୋଲିସ କଲୋନୀ ଅଞ୍ଚଳର, 6 ଜଣ ନୟାପଲ୍ଲୀ, 5 ବଡଗଡ, 4 ସୂର୍ଯ୍ୟ ନଗର, 3 ୟୁନିଟ-1, 3 ଜଣ ପୋଲିସ କର୍ମଚାରୀ, 2 ଜଣ ଭୀମପୁର , 2 ଗଜପତି ନଗର ଓ ଓଲଡ଼ ଟାଉନ, ରସୁଲଗଡ, ଖଣ୍ଡଗିରି, ଲକ୍ଷ୍ମୀସାଗର, ଗଙ୍ଗନଗର, ପାହଳ, ସହିଦ ନଗର, ୟୁନିଟ-8 ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମଣ 47 ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ 2 ଜଣ ନୟାପଲ୍ଲୀ, 2 ଜଣ ଘାଟିକିଆ, 3 ଭରତପୁର, 3 ଜଣ ବମିଖାଲ, 2 ଜଣ କଳିଙ୍ଗନଗର, 2 ଜଣ ଓଲ୍ଡଟାଉନ, 2 ଜଣ ୟୁନିଟ-3 ରେଳ କଲୋନୀ, 2 ଜଣ ଜୟଦେବ ବିହାର ଓ ବଡଗଡ, କଳିଙ୍ଗନଗର, ୟୁନିଟ-4 , ଭି ଏସଏସନଗର, ପଟିଆ, ଲକ୍ଷ୍ମୀସାଗର, ରସୁଲଗଡ ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ତେବେ ଆଜିର ସଂକ୍ରମଣକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3472ରେ ପହଞ୍ଚିଛି । 2151 ଜଣ ସୁସ୍ଥ ହୋଇଥିବାବେଳେ, 18 ଜଣଙ୍କର ମୃତ୍ୟୁ ଘଟିଛି, ସେହିପରି 1301ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.