ETV Bharat / city

ସଂକ୍ରମଣରେ ଲାଗୁନି ବ୍ରେକ, ଦିନକରେ 11,108 ପଜିଟିଭ ଚିହ୍ନଟ

author img

By

Published : May 22, 2021, 9:25 AM IST

ରାଜ୍ୟରେ ଲକଡାଉନ ସତ୍ତ୍ବେ ବି କମୁନି ସଂକ୍ରମଣ । ଗତ 24 ଘଣ୍ଟାରେ 11 ହଜାର 108ଟି ନୂଆ ପଜିଟିଭ ମାମଲା ଚିହ୍ନଟ । ଅଧିକ ପଢନ୍ତୁ...

ଥମୁନି ସଂକ୍ରମଣ, ଗତ 24 ଘଣ୍ଟାରେ 11,108 ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କୋରୋନା । ଲକଡାଉନ ସତ୍ତ୍ବେ ବି ଦୈନିକ ସଂକ୍ରମଣ ହାର ସର୍ବାଧିକ ରହୁଛି । ଗତ 24 ଘଣ୍ଟାରେ ରାଜ୍ୟରେ 11 ହଜାର 108ଟି ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ 6 ହଜାର 219ଟି ମାମଲା ରହିଥିବାବେଳେ ଲୋକାଲ ସଂକ୍ରମଣ 4 ହଜାର 889 ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ମାମଲା 6 ଲକ୍ଷ 79 ହଜାର 530କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ 1451 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 864, ବାଲେଶ୍ବରରୁ 509, ବରଗଡରୁ 339, ଭଦ୍ରକରୁ 489, ବଲାଙ୍ଗୀରରୁ 298, ବୌଦ୍ଧରୁ 273, କଟକରୁ 944, ଦେବଗଡରୁ 125, ଢେଙ୍କାନାଳରୁ 131, ଗଜପତିରୁ 157, ଗଞ୍ଜାମରୁ 214, ଜଗତସିଂହପୁରରୁ 318, ଯାଜପୁରରୁ 396, ଝାରସୁଗୁଡାରୁ 113, କଳାହାଣ୍ଡିରୁ 39, କନ୍ଧମାଳରୁ 132, କେନ୍ଦ୍ରାପଡାରୁ 150, କେନ୍ଦୁଝରରୁ 169, କୋରାପୁଟରୁ 251, ମାଲକାନଗିରିରୁ 100, ମୟୂରଭଞ୍ଜରୁ 635, ନବରଙ୍ଗପୁରରୁ 357, ନୟାଗଡରୁ 114, ପୁରୀରୁ 473, ରାୟଗଡାରୁ 209, ସମ୍ବଲପୁରରୁ 384, ସୋନପୁରରୁ 180, ସୁନ୍ଦରଗଡରୁ 708ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭଙ୍କ ସଂଖ୍ୟା 254 ରହିଛି ।

ସେହିପରି ଗତ 24 ଘଣ୍ଟାରେ ରାଜ୍ୟରେ 10 ହଜାର 881 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥ ମାମଲାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 5 ଲକ୍ଷ 67 ହଜାର 382ରେ ପହଞ୍ଚିଛି । ବର୍ତ୍ତମାନ ମୋଟ ସକ୍ରିୟ ମାମଲା 1 ଲକ୍ଷ 9 ହଜାର 639ଟି ରହିଛି । ସେପଟ ଏଯାବତ୍ ରାଜ୍ୟରେ ମୋଟ 1 କୋଟି 12 ଲକ୍ଷ 41 ହଜାର 408ଟି କୋରୋନା ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.