ETV Bharat / city

ଗୋଟେ ଦିନରେ ଭୁବନେଶ୍ୱରରେ ସର୍ବାଧିକ 111 କୋରୋନା ଆକ୍ରାନ୍ତ ଚିହ୍ନଟ - ଭୁବନେଶ୍ୱରରେ

ରାଜ୍ୟରେ କୋରୋନା ମାମଲାରେ ଲାଗୁନି ବ୍ରେକ । ସେହିପରି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ସର୍ବାଧିକ 111 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

corona
ଗୋଟେ ଦିନରେ ଭୁବନେଶ୍ୱରରେ ସର୍ବାଧିକ 111 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 25, 2020, 4:28 PM IST

ଭୁବନେଶ୍ୱରର: ରାଜ୍ୟରେ କୋରୋନା ମାମଲାରେ ଲାଗୁନି ବ୍ରେକ । ସେହିପରି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ସର୍ବାଧିକ 111 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ 111 ଆକ୍ରାନ୍ତଙ୍କ ମଧ୍ୟରୁ 62 ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 49 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି।

ତେବେ ହୋମ କ୍ବାରେଣ୍ଟାଇନରୁ 62 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 9 ଜଣ ଆଇଗିନିଆ ଅଂଚଳରେ ଥିବା ଆଲୁଗଦିରୁ, 4 ଜଣ ନୀଳାଦ୍ରି ବିହାର, 2 ଜଣ ନୟାପଲ୍ଲୀ, 2 ଜଣ ୟୁନିଟ 2, 2 ଜଣ ମୈତ୍ରୀ ବିହାର ଏଲଆଇସି କଲୋନୀ, 3 ଜଣ ରସୁଲଗଡ, 3 ଜଣ ଡୁମଡୁମା, 3 ଜଣ ଆଇ ଆରସି ଭିଲେଜ, 2 ଜଣ ମଞ୍ଚେଶ୍ୱର, 5 ଜଣ ଡୁମଡୁମା ନୂଆସାହି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସେହିପରି ହଂସପାଳ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଚନ୍ଦକା, ଡୁମଡୁମା, ସୁନ୍ଦରପଦା, ବଡଗଡ, ନୀଳମାଧବ ବସ୍ତି, ଅଶୋକ ନଗର, ପଳାସପଲି, ହଲଦୀପଡ଼ିଆ ବସ୍ତି, ଝରପଡ଼ା, ୟୁନିଟ 3 ସ୍ୱାସ୍ତ୍ରୀ ନାଗର, ୟୁନିଟ 6,ଓଲ୍ଡ଼ ଟାଉନରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରେଳ ବିଭାଗର ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି ଭାବରେ 49 ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଜୟଦେବ ବିହାର, ସାଲିଆ ସାହି, ୟୁନିଟ-1 ଆଖଣ୍ଡଳମଣି ବସ୍ତି, ବମୀଖାଲ, ପତ୍ରବନ୍ଧା ବସ୍ତି, ୟୁନିଟ 6 ଗଙ୍ଗନଗର, ପାଣ୍ଡରା, ୟୁନିଟ-6 ନିୟୁ ଏୟାରପୋର୍ଟ, ୟୁନିଟ-4, ଭରତପୁର, ଆଇ ଆରସି ଭିଲେଜ, ଭୋଇ ନଗର, ଫାୟାର ଷ୍ଟେସନ ବସ୍ତି, ଚକେଇସିଆଣି, ଖାରବେଳ ନଗର, ସିଜୁଆ କର୍ମଚାରୀ, ପାହାଳ, ଘାଟିକିଆ, ସିଆରପି ଛକ, ଜଗମରା, ନୟାପଲି ବେହେରା ସାହି, କଳ୍ପନା, ଖଣ୍ଡଗିରି ମା ମଙ୍ଗଳାବସ୍ତି, ବରଗଡ ବ୍ରିଟି କଲୋନୀର ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କମିଶନରେଟ ପୋଲିସର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି 2 ଜଣ ସରକାରୀ ହସ୍ପିଟାଲର କର୍ମଚାରୀ, 2 ଜଣ ପୋଲିସ ଏକାଡେମୀ ଅଂଚଳରୁ, 3 ଜଣ ଆଇଆରସି ଭିଲେଜ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1828ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 863 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 952 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.