ଭୁବନେଶ୍ବର: ଆକ୍ସନ ମୋଡ଼ରେ ଜିଏସଟି ବିଭଗ । ଦେଢ଼ ମାସ ମଧ୍ୟରେ 11 ଶହ କୋଟି ଠକେଇ ଧରାପଡିଛି । 'ଯୋଉଁଠି ଟାକ୍ସ ଠକେଇ ହେଉଛି ଆମେ ଧରୁଛୁ । ଜିଏସଟି ଠକେଇକୁ ଆମେ ଗୁରୁତର ଭାବେ ନେଉଛୁ । ତଥାପି ବିଭିନ୍ନ ଲୋକ ଠକେଇ କରୁଛନ୍ତି । ସର୍ଭିସ ଡେଲିଭରି ନହୋଇ ବିଲ୍ ଜେନେରେଟ ହେଉଛି । ଏଭଳି ୫୦ଟି କେସ ଧରାପଡିଛି । ୧୧ ଶହ କୋଟି ଟଙ୍କାର ଠକେଇ ପର୍ଦ୍ଦାଫାସ ହୋଇଛି' ବୋଲି ଡିଜିଜିଆଇର ଏଡିଜି ଦେବାଶିଷ ସାହୁ ସୂଚନା ଦେଇଛନ୍ତି ।
ଦେଢ଼ ମାସ ଭିତରେ ଅର୍ଥାତ ୯ ନଭେମ୍ବରରୁ ଅନେକ ନକଲି ବିଲ ଠାବ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବିରାଟ ବଡ଼ ଧରପଗଡ଼ ଚାଲିଛି । ଓଡ଼ିଶାରେ ମଧ୍ୟ ବହୁତ ବଡ଼ ବଡ଼ ପ୍ରାଇଭେଟ କମ୍ପାନୀ ଏଥିରେ ସାମିଲ ହୋଇଛି । ଓଡ଼ିଶାରେ ୪ ଶହ କୋଟି ଠକେଇ ଏଇ କିଛିଦିନରେ ହୋଇଛି । ଚା, ପାନ ଦୋକାନୀଙ୍କ ପ୍ୟାନ କାର୍ଡ ନିଆଯାଇ ତାଙ୍କୁ ଭୁଆଁ ବୁଲାଯାଉଛି । ତାଙ୍କ ନାଁ ରେ କମ୍ପାନୀ ଖୋଲାଯାଉଛି । ଓଟିପି ଜରିଆରେ ଠକେଇ ହେଉଛି । ଏଭଳି କିଛି ଅଭିଯୁକ୍ତଙ୍କୁ ଠାବ କରାଯାଇଛି ।
ରାଉରକେଲାରେ ଏସବୁ ଅଧିକ ହେଉଥିବା ଦେଖାଯାଇଛି । ଜିଏସଟି ଆରମ୍ଭ ହେବା ଦିନଠାରୁ ପ୍ରାୟ 1200 କୋଟି ଠକେଇ ହୋଇଛି । ନକଲି ବିଲ ଜରିଆରେ ଏହାର ୫ ଗୁଣା ଅଧିକ ଠକେଇ ହୋଇଛି । ଏହା ଏକ ଆନ୍ତଃରାଜ୍ୟ ରାକେଟ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ । ଏନେଇ ସ୍ପେଶାଲ ଡ୍ରାଇଭ ଚାଲିଛି । ଅଜଣା ବ୍ୟକ୍ତିଙ୍କୁ କିଛି ଟଙ୍କା ଓ ଚାକିରୀ ପାଇଁ ନିଜ ପରିଚୟ ପତ୍ର ନଦେବାକୁ ଅନୁରୋଧ କରାଯାଇଛି । ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ ହୋଇଛି ।
ରାଉଲକେଲାରୁ ଜଣେ ବ୍ୟବସାୟୀକୁ ଗିରଫ କରିଥିଲେ ଡିଜିଜିଆଇ । ଠକେଇ ଅଭିଯୋଗରେ ସନ୍ତୋଷ କୁମାର ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ । ଓଡ଼ିଶାରେ ଏହି ମାସ ଭିତରେ ୩ ଜଣ ଗିରଫ ହୋଇଛନ୍ତି ।
ସୂଚନା ମୁତାବକ ୨୬୨ କୋଟି ଟଙ୍କାର ଫେକ ଇନଭଏସ ଜରିଆରେ ବେଆଇନ ଭାବେ ୪୦ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇ ବିଭନ୍ନ ସ୍ଥାନରେ ରେଡ କରୁଛନ୍ତି ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ ଟିମ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ