ETV Bharat / city

୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଜୁଲାଇ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ

ସଂକ୍ରମଣ ଦୃଷ୍ଟିରୁ ଦୈନନ୍ଦିନ ଚଳାଚଳ କରୁଥିବା ୧୧ ଯୋଡ଼ା ସ୍ବତନ୍ତ୍ର ଟ୍ରେନକୁ ଜୁଲାଇ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଜୁଲାଇ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ
୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଜୁଲାଇ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ
author img

By

Published : Jun 28, 2021, 9:36 PM IST

ଭୁବନେଶ୍ବର: ଦୈନନ୍ଦିନ ଚଳାଚଳ କରୁଥିବା ୧୧ ଯୋଡ଼ା ସ୍ବତନ୍ତ୍ର ଟ୍ରେନକୁ ଜୁଲାଇ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ କରାଯାଇଛି । 4 ଯୋଡ଼ା ବିଶେଷ ଟ୍ରେନ ସ୍ଥିରୀକୃତ ଦିବସଗୁଡିକରେ ବାତିଲ ରହିବ। ଏକ ଯୋଡ଼ା ବିଶେଷ ଟ୍ରେନ ଆଂଶିକ ବାତିଲ ରହିବ। ସଂକ୍ରମଣକୁ ରୋକିବା ପାଇଁ ରେଳ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । କେତେକ ଟ୍ରେନ ମଧ୍ୟ ଜୁଲାଇ ମାସର 3ୟ ସପ୍ତାହ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ପହିଲା ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ:-

01. 08493/08494 ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ବିଶେଷ ଟ୍ରେନ

02. 08456/08455 ଭୁବନେଶ୍ବର-କେନ୍ଦୁଝରଗଡ-ଭୁବନେଶ୍ବର ବିଶେଷ ଟ୍ରେନ

03. 08412/08411 ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ବିଶେଷ ଟ୍ରେନ

04. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

05. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

06. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ଜୁଲାଇ ପହିଲାଠାରୁ ୧୪ ତାରିଖ ଏବଂ ଫେରିବା ପଥରେ ଜୁଲାଇ ୨ରୁ ୧୫ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ:-

  • 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ ରାୟପୁରରୁ ଜୁଲାଇ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।
  • 08515/08516 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ଠାରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ କିରନ୍ଦୁଲରୁ ଜୁଲାଇ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।
  • 08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ କାଚେଗୁଡା ଠାରୁ ଜୁଲାଇ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।
  • 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ କଡପା ଠାରୁ ଜୁଲାଇ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।
  • 02831/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ ଠାରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ ଲିଙ୍ଗମପଲ୍ଲୀ ଠାରୁ ଜୁଲାଇ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।

    ଜୁଲାଇ ୩ ରୁ ୪ ଏବଂ ୧୦ ରୁ ୧୨ ତାରିଖ ଦିନ ବାତିଲ ହେବାକୁ ଥିବା ଟ୍ରେନ:-

01. 08433/08434 ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ।
02. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ୍ ।

ଜୁଲାଇ ପହିଲା ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ:-08431/08432 ପୁରୀ-କଟକ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଜୁଲାଇ ପହିଲା ଠାରୁ 23 ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ ।

ପୁରୀ-ଅନୁଗୁଳ ବିଶେଷ ଟ୍ରେନ ବାତିଲ ଓ ଆଂଶିକ ବାତିଲ । 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଜୁଲାଇ ମାସ 3, 4, 10, 11, 12, 17, 18, 20 ଏବଂ 21 ତାରିଖ ଦିନମାନଙ୍କରେ ବାତିଲ ହୋଇ ରହିବ। ଜୁଲାଇ ପହିଲା ଠାରୁ ୨୩ ତାରିଖ ମଧ୍ୟରେ ଏହି ଟ୍ରେନ ବାତିଲ ଦିନ ଗୁଡିକୁ ଛାଡି ଅନ୍ୟ ଦିନ ଗୁଡିକରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଓ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୋଳ ମଧ୍ୟର ବାତିଲ ରହିବ । ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲା ରହିବ । କୋଭିଡ଼ ୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.