ETV Bharat / city

ପୁଣି 11 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 1331କୁ ବୃଦ୍ଧି

author img

By

Published : Nov 1, 2020, 12:20 PM IST

ଦିନକରେ ଆଉ 11 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1331ରେ ପହଞ୍ଚିଛି ।

ପୁଣି 11 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 1331କୁ ବୃଦ୍ଧି
ପୁଣି 11 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 1331କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ଗଡ଼ିଲା ମୁଣ୍ଡ । କୋରୋନା ସଂକ୍ରମଣ କମୁଥିବାବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦିନକରେ ଆଉ 11 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 1331ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

କେନ୍ଦୁଝରରେ 62 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ବରରେ 68 ବର୍ଷର ପୁରୁଷ, ଦେଓଗଡରେ 80 ବର୍ଷର ପୁରୁଷ, ନୂଆପଡାରେ 60 ବର୍ଷର ପୁରୁଷ, ସୁନ୍ଦରଗଡରେ 60 ବର୍ଷର 46 ବର୍ଷର ପୁରୁଷ ଓ 26 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । କଟକରେ 74 ବର୍ଷର ପୁରୁଷ, କେନ୍ଦ୍ରାପଡାରେ 64 ବର୍ଷର ପୁରୁଷ, ଅନୁଗୋଳରେ 48 ବର୍ଷର ପୁରୁଷ, ମାଲକାନଗିରିରେ 30 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.