ETV Bharat / city

ରାଜ୍ୟରେ ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ - 10th Odisha Board Exams to be held from May 3 to May 15

ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ
ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ
author img

By

Published : Jan 2, 2021, 6:03 PM IST

Updated : Jan 2, 2021, 10:02 PM IST

17:58 January 02

ରାଜ୍ୟରେ ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ

ରାଜ୍ୟରେ ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ

ଭୁବନେଶ୍ବର: ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ । କୋଭିଡ ପାଇଁ ବନ୍ଦ ରହିଥିବା ସମସ୍ତ ସ୍କୁଲ ଓ କଲେଜକୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।  ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ।  ରାଜ୍ୟରେ ଜାନୁଆରୀ 8ରୁ ଖୋଲିବ ସ୍କୁଲ ଓ କଲେଜ । ତେବେ କେବଳ ଦଶମ ଏବଂ ଯୁକ୍ତ ଦୁଇ ପିଲା ପାଠପଢିବା ପାଇଁ ସ୍କୁଲ ଯିବେ ।  ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ 100 ଦିନ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ଦାନ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଆସନ୍ତା ମେ 3ରୁ 15 ତାରିଖ ପର୍ଯ୍ୟନ୍ତ ଦଶମ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଯୁକ୍ତ ଦୁଇ ପରୀକ୍ଷା ମେ 15ରୁ ଜୁନ 11 ପର୍ଯ୍ୟନ୍ତ ହେବ । ଦଶମ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ଯାଏଁ ହେବ । ଦ୍ବାଦଶ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ମେ ୧୪ ଯାଏଁ ହେବ ବୋଲି ସୂଚନା ମିଳିଛି । ଶନିବାର ଓ ରବିବାର ମଧ୍ୟ ହେବ ସ୍କୁଲରେ ପାଠପଢ଼ା । ପାଠପଢ଼ା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଗତବର୍ଷ ମାର୍ଚ୍ଚରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା ।  

ସେପଟେ, ଏନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ବିଜ୍ଞପ୍ତି ଜାରି କରିଛି । ଅବରୋଧ ଅଞ୍ଚଳରେ ଥିବା ସ୍କୁଲ ଖୋଲିବାକୁ  କେବଳ ଅନୁମତି ମିଳିଛି। ସ୍କୁଲରେ ସାଧାରଣ ସ୍ଥାନକୁ ବାରମ୍ବାର ସାନିଟାଇଜ କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ। ସ୍କୁଲ ପରିସରରେ ଥିବା କୈଣସି ହଷ୍ଟେଲ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଯେବେ ହଷ୍ଟେଲ ଖୋଲିବା ପାଇଁ ସୁରକ୍ଷିତମନେ କରାଯିବ  । ସେହି ସମୟରେ ଏସଓପି ଜାରି କରାଯିବ। ସ୍କୁଲରେ ରହିବ ସାମାଜିକ ଦୂରତା। ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରାଯିବ। ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପହଞ୍ଚାଇବା ଅଭିଭାବକ ଙ୍କର ଦାୟିତ୍ବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍କୁଲ ମଧ୍ୟରେ ପ୍ରବେଶ ବେଳେ 6 ପୁଟର ଦୂରତା ଅବଲମ୍ବନ କରିବା ଆବଶ୍ୟକ। କ୍ଳାସରୁମ ରେ ପିଲାଙ୍କର ସାମାଜିକ ଦୂରତା ରହିବ। ଗୋଟିଏ କ୍ଳାସ ରୁମରେ 20 ରୁ 25 ଜଣ ପିଲା ବସିପାରିବେ। ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ସ୍କୁଲ ହାତରେ 100 ମିଟର ଭିତରେ କୈଣସି ଖାଦ୍ୟ ସାମଗ୍ରୀ ରହିବ ନାହିଁ।  

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 2, 2021, 10:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.