ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 1096 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 637 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 459ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 85 ହଜାର 827ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 389 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 40, ବାଲେଶ୍ବରରୁ 77, ବରଗଡ଼ରୁ 11, ଭଦ୍ରକରୁ 21, ବଲାଙ୍ଗୀରରୁ7, କଟକରୁ 92, ଦେବଗଡ଼ରୁ 1, ଢେଙ୍କାନାଳରୁ 9, ଗଜପତିରୁ 4, ଗଞ୍ଜାମରୁ 5, ଜଗତସିଂହପୁରରୁ 58, ଯାଜପୁରରୁ 68, ଝାରସୁଗୁଡ଼ାରୁ 5, କଳାହାଣ୍ଡିରୁ 3, କନ୍ଧମାଳରୁ 17, କେନ୍ଦ୍ରାପଡ଼ାରୁ 36, କେନ୍ଦୁଝରରୁ 13, କୋରାପୁଟରୁ 7, ମାଲକାନଗିରିରୁ 4, ମୟୂରଭଞ୍ଜରୁ 32, ନୟାଗଡ଼ରୁ 29, ନୂଆପଡ଼ାରୁ 2, ପୁରୀରୁ 48, ରାୟଗଡ଼ାରୁ 6, ସମ୍ବଲପୁରରୁ 8, ସୋନପୁରରୁ 2, ସୁନ୍ଦରଗଡ଼ରୁ 20, ଷ୍ଟେଟ ପୁଲ୍ରୁ 82 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ