ETV Bharat / city

ଭୁବନେଶ୍ୱରରେ ଆଉ ନୂଆ 190 ଆକ୍ରାନ୍ତ ଚିହ୍ନଟ, 103 ସୁସ୍ଥ - bbsr corona update

ସ୍ମାର୍ଟ ସିଟିରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା। ପୁଣି ଆଉ 190 ଜଣ ଆକ୍ରାନ୍ତ ହୋଇଥିବାବେଳେ 103 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ଆଉ ନୂଆ 190 ଆକ୍ରାନ୍ତ ଚିହ୍ନଟ, 103 ସୁସ୍ଥ

author img

By

Published : Aug 8, 2020, 6:46 PM IST

ଭୁବନେଶ୍ୱର: ଆଜି (ଶନିବାର) ଗୋଟିଏ ଦିନରେ 190 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 138 ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ ଭାବେ 52 ଜଣ ରହିଛନ୍ତି । ଆଉ ଏଥିରୁ 103 ମଧ୍ୟ ସୁସ୍ଥ ହୋଇଛନ୍ତି । କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା 138 ଜଣଙ୍କ ମଧ୍ୟରୁ କପିଳେଶ୍ୱର କଞ୍ଚା ସାହିରୁ 21, ବମିଖାଲର ଗାୟତ୍ରୀ ଏନକଲିଭ 6 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ସେହିପରି 7 ଜଣ ବରମୁଣ୍ଡାର ବେହେରା ସାହି, 5 ଜଣ ଆଇ ଆଇଆରସିଭିଲେଜ, 4 ଜଣ ଲକ୍ଷ୍ମୀ ସାଗର, 4 ଜଣ ନୟାପଲ୍ଲୀ, 5 ୟୁନିଟ-1 ମାର୍କେଟ ଆଦିରୁ ଚିହ୍ନଟ କରାଯାଇଛି। ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 52 ରହିଥିବାବେଳେ ସେଥିମଧ୍ୟରୁ 3 ଜଣ ଚନ୍ଦ୍ରଶେଖରପୁର, 3 କଟକ ରୋଡ଼, 3 କପିଳେଶ୍ୱର ତଳ ସାହି, 2 ଜଣ ନିୟୁ ଫରେଷ୍ଟ ପାର୍କ, 3 ଜଣ ବରମୁଣ୍ଡା, 2 ଲକ୍ଷ୍ମୀସାଗରରେ ଚିହ୍ନଟ ହୋଇଥିବାବେଳେ ଓଲଡ ଟାଉନ, ସୁନ୍ଦରପଦା, ଚକେଇସିଆଣି, ରସୁଲଗଡ, ୟୁନିଟ-8, ସତ୍ୟନଗର, ଜାଗମରା, ସାମପୁର, ଜୟଦେବ ବିହାର ଆଦି ଅଞ୍ଚଳରୁ ଚିହ୍ନଟ କରାଯାଇଛି।

ସେହିପରି 103 ଜଣ ଭୁବନେଶ୍ୱରରୁ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3763 ହୋଇଥିବା ବେଳେ 2360 ଜଣ ସୁସ୍ଥ ହୋଇଛନ୍ତି । 18 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 1383ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.