ETV Bharat / city

ଗଞ୍ଜାମ ଗସ୍ତ କରିବେ ୧୦୮ ବିଧାୟକ ଓ ବିଧାୟିକା, ବୁଲିବେ ସ୍ମାର୍ଟକ୍ଲାସ

author img

By

Published : Aug 20, 2021, 12:21 PM IST

ଆସନ୍ତାକାଲି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ର ସ୍କୁଲମାନଙ୍କରେ ହୋଇଥିବା ସ୍ମାର୍ଟକ୍ଲାସ୍ ବୁଲି ଦେଖିବେ ବିଧାୟକ ଓ ବିଧାୟକ । ଅଧିକ ପଢନ୍ତୁ...

ଶନିବାର ଗଞ୍ଜାମ ଗସ୍ତ କରିବେ ୧୦୮ ବିଧାୟକ ବିଧାୟିକା

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ଗଞ୍ଜାମ ଗସ୍ତରେ ଯିବେ ୧୦୮ ବିଧାୟକ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ର ସ୍କୁଲମାନଙ୍କରେ ହୋଇଥିବା ସ୍ମାର୍ଟକ୍ଲାସ୍ ବୁଲି ଦେଖିବେ ବିଧାୟକ ଓ ବିଧାୟକ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

୨୧ରୁ ୩୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟୟରେ ସ୍କୁଲ ବୁଲିବେ ବିଧାୟକ ଓ ବିଧାୟିକା । ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ୫୦ଟି ହାଇସ୍କୁଲରେ ନିର୍ମାଣ କରାଯାଇଛି ସ୍ମାର୍ଟ କ୍ଲାସରୁମ୍ । ଏଥିସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, କମ୍ପୁଟର କ୍ଲାସ ଓ ଖେଳ ପଡିଆର ଉନ୍ନତିକରଣ କାର୍ଯ୍ୟ କରାଯାଉଛି । ଜିଲ୍ଲାର ମୋଟ ୧୩୩ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯାଉଛି ।

ଏହା ସହିତ ଆସନ୍ତାକାଲି(ଶନିବାର) ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର 39ଟି ରୂପାନ୍ତରୀତ ସ୍କୁଲର ଶୁଭାରମ୍ଭ କରିବେ । ଭିସି ଯୋଗେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବେ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଗଞ୍ଜାମ ଗସ୍ତ କରିଥିଲେ । ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଭି.କେ. ପାଣ୍ଡିଆନ୍ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇଥିଲେ ।

ଭୁବେନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.