ETV Bharat / city

ଜଳସମ୍ପଦ ବିଭାଗରେ 106 ମେକାନିକାଲ ଜୁନିୟର ଇଞ୍ଜିନିୟରଙ୍କ ଯୋଗଦାନ - ଜଳ ସମ୍ପଦ ବିଭାଗ

ଜଳ ସମ୍ପଦ ବିଭାଗରେ ମଙ୍ଗଳବାର 106 ଜଣ ମେକାନିକାଲ ଜୁନିଅର ଇଞ୍ଜିନିୟର ଯୋଗ ଦେଇଛନ୍ତି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ନବ ନିଯୁକ୍ତ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

106 Mechanical Junior Engineers joined the Water Resources Department
ଜଳସମ୍ପଦ ବିଭାଗରେ ଯୋଗ ଦେଲେ 106 ମେକାନିକାଲ ଜୁନିୟର ଇଞ୍ଜିନିୟର
author img

By

Published : Aug 3, 2022, 8:42 AM IST

ଭୁବନେଶ୍ବର: ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୧୦୬ ମେକାନିକାଲ ଜୁନିଅର ଇଞ୍ଜିନିୟର । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ନବ ନିଯୁକ୍ତ କର୍ମଚାରୀଙ୍କୁ ସ୍ବାଗତ କରିବା ସହ ଦାଇତ୍ବ ସୁଚାରୁରୂପେ ତୁଲାଇବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆ ଟେକ୍ନୋଲୋଜି ମାଧ୍ୟମରେ ସମସ୍ତେ କାମ କରିବା ଆବଶ୍ୟକତା ରହିଛି । 5ଟି ଆଧାରରେ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ନଦୀରେ ଚାଲିଥିବା ଜଳ ପ୍ରକଳ୍ପ ଉପରେ ବୁଝାଇବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ଜଳ ସଂରକ୍ଷଣ ଦ୍ବାରା ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଉପକୃତ ହେବେ । ଚାଷୀ ମାନେ କିପରି ସହାୟତା ପାଇବେ ସେନେଇ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଭୂତଳ ଜଳସ୍ତରରକୁ ବଢାଇବା ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ଜଳସମ୍ପଦ ବିଭାଗରେ ଯୋଗ ଦେଲେ 106 ମେକାନିକାଲ ଜୁନିୟର ଇଞ୍ଜିନିୟର

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଜଳ ସମ୍ପଦ ବିଭାଗ 30 ଟି ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ସଂରଚନା କେବଳ ଗ୍ରାମାଞ୍ଚଳର ଜଳ ଯୋଗାଣ ସହ ଭୂପୃଷ୍ଠ ଜଳ ସଂରକ୍ଷଣ କରିବାରେ ସହାୟକ ହେବ ନାହିଁ ବରଂ ଭୂତଳ ଜଳ ସ୍ତରକୁ ମଧ୍ୟ ବଢାଇବ’’ ବୋଲି ନବୀନ କହିଛନ୍ତି । ରାଜ୍ୟରେ ଦୁଇ ହଜାର ପାଞ୍ଚଶହରୁ ଅଧିକ ଡ୍ୟାମ ଅଛି । ଲୋୟର ସୁକେଲ୍, ଦେଓ, କାନପୁର ଏବଂ ଘାଟକେଶ୍ୱର ଭଳି ଆଉ କିଛି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲିଛି ।

‘‘ପାନୀୟ ଜଳ, ଜଳସେଚନ, ଜଳ ବିଦ୍ୟୁତ୍ ଶକ୍ତି, ଶିଳ୍ପଭିଏବଂ ପରିବେଶ ସନ୍ତୁଳନ ଲାଗି ଜଳ ସଂରକ୍ଷଣରେ ଇଞ୍ଜିନିୟରମାନଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ । ଏଥିରେ ଇଞ୍ଜିନିୟରମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ବିକାଶ ମେକାନିକାଲ୍ ଇଞ୍ଜିନିୟରଙ୍କର ଭୂମିକା ରହିଛି । ସିଭିଲ ନିର୍ମାଣ କାର୍ଯ୍ୟ ସିଭିଲ ଇଞ୍ଜିନିୟରମାନଙ୍କ ଦ୍ବାରା କରାଯାଇଥାଏ । ତଥାପି ହାଇଡ୍ରୋଲିକ୍ ଷ୍ଟ୍ରକଚରର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ସ୍ଥାପନ ପାଇଁ ମେକାନିକାଲ୍ ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି । ଯେପରିକି ସେମାନଙ୍କ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ସହିତ ଗେଟ କାର୍ଯ୍ୟ ।’’

ନବ ନିଯୁକ୍ତ ଇଞ୍ଜିନିୟରମାନେ ରାଜ୍ୟର ପଦକ୍ଷେପ ଗୁଡିକର ଲାଭ ଲୋକଙ୍କ ଦ୍ବାରରେ ପହଞ୍ଚାଇବାକୁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ପରାମର୍ଶ ଦେଇଛନ୍ତି । ଏଥିସହ ପ୍ରତିବଦ୍ଧତା ଏବଂ ସ୍ବଚ୍ଛତା ସହ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି । ନିଜ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରଖିବାକୁ 5 ଟି ସଚିବ ଭି.କେ ପାଣ୍ଡିଆନ୍ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଛନ୍ତି । ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.