ETV Bharat / city

'ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱର ସହାୟତା ଲୋଡା' - ଓଡିଶା ପରିବେଶ କଂଗ୍ରେସର

ସ୍ଥାନୀୟ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ଠାରେ ଓଡିଶା ପରିବେଶ କଂଗ୍ରେସର 10ମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମଣିଷ ବଞ୍ଚିବା ପାଇଁ ଯେପରି ଜଳ,ବାୟୁ ଆଦି ଉପାଦାନ ନିତାନ୍ତ ଆବଶ୍ୟକ, ସେହିପରି ପ୍ରକୃତି ପରିବେଶ ପାଇଁ ମଧ୍ୟ ସେହିପରି ନିତାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି । ଅଧିକ ପଢନ୍ତୁ...

10-year-odisha-envirornment-congress-session-in-bhubaneswar
ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
author img

By

Published : Dec 21, 2019, 7:55 AM IST

ଭୁବନେଶ୍ବର: ସ୍ଥାନୀୟ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ଠାରେ ଓଡିଶା ପରିବେଶ କଂଗ୍ରେସର 10ମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରକୃତି ଆଉ ମଣିଷ ସର୍ବଦା ଓତଃପ୍ରୋତ ଭାବେ ଜଡ଼ିତ । ମଣିଷ ବଞ୍ଚିବା ପାଇଁ ଯେପରି ଜଳ,ବାୟୁ ଆଦି ଉପାଦାନ ନିତାନ୍ତ ଆବଶ୍ୟକ, ସେହିପରି ପ୍ରକୃତି/ପରିବେଶ ପାଇଁ ମଧ୍ୟ ସେହିପରି ନିତାନ୍ତ ଆବଶ୍ୟକ।

ନିଜର ଉନ୍ନତି ସହିତ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱ କାମ କରିବା ଦରକାର : ରାଜ୍ୟପାଳ

ସାମ୍ପ୍ରତିକ ପରିସ୍ଥିତିରେ କୌଣସି ଗୋଟିଏ ଦେଶ କେବଳ ନିଜେ ସୁଖ ସ୍ବାଛନ୍ଦ ବଞ୍ଚିବା ପାଇଁ ଅନ୍ୟମାନଙ୍କ କଥା ଭୁଲି ଯିବା ଓ ପ୍ରକୃତିକୁ ନିଜ ଅନୁସାରେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ନିଜେ ବଞ୍ଚିବା ସହ ଅନ୍ୟମାନଙ୍କ ବଞ୍ଚିବା ପ୍ରତି ଦୃଷ୍ଟି ଦେବା ଏବଂ ଯେତିକି ପରିମାଣର ପରିବେଶର କ୍ଷତି ସାଧନ କରୁଛି । ତାହାର ଭରଣା କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି ।

ଓଡିଶା ପରିବେଶ କଂଗ୍ରେସର ଅଧିବେଶନରେ ରାଜ୍ୟପାଳ ଆହୁରି କହିଛନ୍ତି ଯେ ପରିବେଶ ଅନୁକୂଳ ଟେକ୍ନୋଲୋଜି ବ୍ୟବହାରର ଆଵଶ୍ୟକତା ରହିଛି। ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ପ୍ରାକୃତିକ ସାମଞ୍ଜସ୍ୟର ଅଭାବରୁ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଓ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏ ଦିଗରେ ଜଣକିଆ କିମ୍ବା ଏକପାଖିଆ କୌଣସି ପଦକ୍ଷେପ ଅପେକ୍ଷା ସାମୂହିକ ଉଦ୍ୟମ ଆଵଶ୍ୟକତା ରହିଥିବା କହିଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଡ଼ଃ ବାବୁ ଅମ୍ବାତ, ଡ଼ଃ ଗୌରବ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପରିବେଶ କଂଗ୍ରେସର ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ପ୍ରକୃତି ଆଉ ମଣିଷ ସର୍ବଦା ଓତଃପ୍ରୋତଭାବେ ଜଡ଼ିତ ।ମଣିଷ ବଂଚିବା ପାଇଁ ଯେପରି ଜଳ,ବାୟୁ ଆଦି ଉପାଦାନ ନିତ୍ୟାନ୍ତ ଆବଶ୍ୟକ ,ସେହିପରି ପ୍ରକୃତି/ପରିବେଶ ପାଇଁ ମଧ୍ୟ ସେହିପରି ନିତ୍ୟାନ୍ତ ଆବଶ୍ୟକ।ସାମ୍ପ୍ରତିକ ପରିସ୍ଥିତିରେ କୌଣସି ଗୋଟିଏ ଦେଶ କେବଳ ନିଜେ ସୁଖ ସ୍ୱାଛନ୍ଦ ବଂଚିବା ପାଇଁ ଅନ୍ୟମାନଙ୍କ କଥା ଭୁଲି ଯିବା ଓ ପ୍ରକୃତିକୁ ନିଜ ଅନୁସାରେ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।ନିଜେ ବଂଚିବା ସହ ଅନ୍ୟମାନଙ୍କ ବଞ୍ଚିବା ପ୍ରତି ଦୃଷ୍ଟି ଦେବା ଏବଂ ଯେତିକି ପରିମାଣର ପରିବେଶର କ୍ଷତି ସାଧନ କରୁଛେ ତାହାର ଭରଣା କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ।

Body:ସ୍ଥାନୀୟ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ଠାରେ ଓଡିଶା ପରିବେଶ କଂଗ୍ରେସ ର 10ମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଫେସର ଗଣେଶିଲାଲ ଆହୁରି କହିଛନ୍ତି ଯେ ପରିବେଶ ଅନୁକୂଳ ଟେକ୍ନୋଲୋଜି ବ୍ୟବହାର ର ଆଵଶ୍ୟକତା ରହିଛି।ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ପ୍ରାକୃତିକ ସାମଞ୍ଜସ୍ୟ ର ଅଭାବରୁ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଓ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି।ତେଣୁବେ ଦିଗରେ ଜଣକିଆ କିମ୍ବା ଏକପାଖିଆ କୌଣସି ପଦକ୍ଷେପ ଅପେକ୍ଷା ସାମୁହିକ ଉଦ୍ୟମ ଆଵଶ୍ୟକତା ରହିଥିବା ସେ କହିଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର,ଡ଼ଃ ବାବୁ ଅମ୍ବାତ,ଡ଼ଃ ଗୌରବ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେହ ଯୋଗଦେଇ ଏହି କଂଗ୍ରେସର ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ବାଇଟ -ରାଜ୍ୟପାଳ
ବାଇଟ -ସୁଦର୍ଶନ ଦାସ -ଆୟୋଜକ କମିଟି ସମ୍ପାଦକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.