ଭୁବନେଶ୍ୱର: ଆଜି ପୁଣି ଚିକିତ୍ସାଧିନ ଅବସ୍ଥାରେ 10 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା 324ରେ ପହଞ୍ଚିଛି ।
କଟକର 44 ବର୍ଷୀୟ ପୁରୁଷ, ଗଞ୍ଜାମର 60, 75, 65, 70 ବର୍ଷର ପୁରୁଷ, ସମ୍ବଲପୁରର 52 ବର୍ଷର ପୁରୁଷ, ସୁନ୍ଦରଗଡର 32 ବର୍ଷର ପୁରୁଷ, ପୁରୀର 50, 52 ଓ 72 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତେ ଅନ୍ୟାନ୍ୟ ରୋଗ ତଥା ଡାଏବେଟିସ ଓ ଉଚ୍ଚରକ୍ତଚାପ ଜନିତ ରୋଗରେ ପୀଡିତ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଆଜି 1977 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାହା ମଧ୍ୟରୁ 1241 କ୍ୱାରେଣ୍ଟିନ ସେଣ୍ଟରରୁ 736 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 54630 ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି 37900, ମୋଟ ଆକ୍ଟିଭ ମାମଲା 16353 ରହିଛି । ଏବେ ପର୍ଯ୍ୟନ୍ତ 8,07,826 ଟେଷ୍ଟ ସରିଲାଣି ।
@H&FW