ETV Bharat / city

ରାଜ୍ୟରେ ଆଜି କୋରୋନା ନେଲା 10 ମୁଣ୍ଡ; ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି - କୋରୋନା ମୃତ୍ୟୁ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ହେଉଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ 10 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 130କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଅଧିକ ଖବର ପଢନ୍ତୁ...

ରାଜ୍ୟରେ ଆଜି କୋରୋନା ନେଲା 10 ମୁଣ୍ଡ; ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି

author img

By

Published : Jul 25, 2020, 11:45 AM IST

Updated : Jul 25, 2020, 12:59 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ହେଉଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ 10 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 130କୁ ମୃତ୍ୟୁ ସଂଖ୍ୟା ବୁଦ୍ଧି ପାଇଛି। ତେବେ ସବୁଥର ପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ଅଧିକ ପ୍ରାଣ ହାରିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବରରୁ 2, ସୁନ୍ଦରଗଡରେ 2, ରାୟଗଡା, ଗଜପତି ଓ ଝାରସୁଗୁଡାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଗଞ୍ଜାମରୁ 60 ବର୍ଷର 2 ପୁରୁଷ ଓ 30 ବର୍ଷ ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ସୁନ୍ଦରଗଡ଼ରୁ 54 ବର୍ଷର ଜଣେ ଓ 60 ବର୍ଷର ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି ।

ବାଲେଶ୍ବରରେ 37 ବର୍ଷର ପୁରୁଷ ଓ 60 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି। ଗଜପତିରୁ 37 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ସେହିପରି ଝାରସୁଗୁଡାରେ 61 ବର୍ଷର ପୁରୁଷଙ୍କର ମୃତ୍ୟୁ ଓ ରାୟଗଡାରୁ 47 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। କିଛି ରୋଗୀ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 25, 2020, 12:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.