ETV Bharat / city

ମୃତ୍ୟୁର 10 ଦିନ ପରେବି ଜୀବିତ, କୋଭିଡ ସେଣ୍ଟରରୁ ଆସିଲା ଫୋନ କଲ - death people live phone call

ରାଜଧାନୀ ସ୍ଥିତ କିମ୍ସ କୋଭିଡ ସେଣ୍ଟରର କାର୍ଯ୍ୟକାରିତା ଉପରେ ଉଠିଛି ବଡ ପ୍ରଶ୍ନ । ମୃତ୍ୟୁର 10 ଦିନ ପରେ ଜୀବିତ ଥିବା ନେଇ ସମ୍ପର୍କୀୟଙ୍କ ନିକଟକୁ ଯାଉଛି ଫୋନ କଲ୍ । ଅଧିକ ପଢନ୍ତୁ...

ନମୃତ୍ୟୁର 10 ଦିନ ପରେବି ଜୀବିତ ଥିବା ନେଇ କୋଭିଡ ସେଣ୍ଟରରୁ ଆସିଲା ଫୋନ କଲ
ମୃତ୍ୟୁର 10 ଦିନ ପରେବି ଜୀବିତ ଥିବା ନେଇ କୋଭିଡ ସେଣ୍ଟରରୁ ଆସିଲା ଫୋନ କଲ
author img

By

Published : May 7, 2021, 8:31 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ଚିକିତ୍ସାର ବିଚିତ୍ର ବ୍ୟବସ୍ଥା । ମୃତ୍ୟର 10 ଦିନ ପରେ କୋଭିଡ ହସ୍ପିଟାଲରୁ ଆସୁଛି ଫୋନ କଲ । କିମ୍ସ କୋଭିଡ କେୟାରରୁ କଲ କରି ମୃତକଙ୍କ ନାତୀଙ୍କୁ ତୁମ ଅଜା ବଞ୍ଚିଛନ୍ତି ତାଙ୍କର ଅମ୍ଳଜାନ ଲେଭେଲ 93 ରେ ଅଛି ବୋଲି ଖବର ଦିଆଯାଇଛି । ସେପଟେ ଅଜା ମୃତ୍ୟୁକୁ ଦଶ ଦିନ ହେଲଇଗଲାଣି, ଆମେ ଦଶ ତୁଠରୁ ଫେରୁଛୁ ବୋଲି ନାତୀ ଉତ୍ତର ଫେରାଇଛନ୍ତି । ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ।

ଅନୁଗୋଳ ଜିଲ୍ଲା ତାଳଚେରର କର୍ଣ୍ଣବୀର ରାୟ(85) ଗତ କିଛିଦିନ ତଳେ ଜ୍ଵରରେ ପୀଡିତ ହୋଇଥିଲା । ତାଙ୍କୁ ପରିବାର ଲୋକେ ତାଳଚେର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କୋଭିଡ ଲକ୍ଷଣ ଥିବାରୁ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସୁସ୍ଥ ନହେବାରୁ ଅଧିକ ଚିକିତ୍ସା ପାଇଁ କର୍ଣ୍ଣବୀରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଆରଟିପିସିଆର ରିପୋର୍ଟ ପଜିଟିଭ ଆସିଥିଲା । କୋଭିଡ ରିପୋର୍ଟ ନେଗେଟିଭ-ପିଜେଟିଭି ଭିତରେ କର୍ଣ୍ଣବୀରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିବାରେ ଲାଗିଥିଲା ।

ତେଣୁ ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଗତ 25 ଅପ୍ରେଲରେ ଭର୍ତ୍ତି କରାଯାଇଥିଲା । ଆଡମିଟର ଠିକ ଦୁଇଦିନ ପରେ ଅର୍ଥାତ 27 ତାରିଖରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ବିଏମସିରୁ ଫୋନ କଲ୍ ଆସିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ୱର ସତ୍ୟନଗର ମଶାଣିରେ କର୍ଣ୍ଣବୀରଙ୍କ ଶେଷକୃତ୍ୟ ହୋଇଥିଲା ।

ଅନ୍ୟପଟେ କର୍ଣ୍ଣବୀରଙ୍କ ମୃତ୍ୟୁର 10 ଦିନ ପରେ ପରିବାର ଲୋକଙ୍କୁ କିମ୍ସ ହସ୍ପିଟାଲରୁ ଏକ ଫୋନ କଲ ଆସିଥିଲା । କର୍ଣ୍ଣବୀର ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି, ସେଚୁରେସନ ଲେଭେଲ 93 ପ୍ରତିଶତ ଅଛି ବୋଲି ସୂଚନା ଦେଇଥିଲେ ।

ତେବେ ପ୍ରଶ୍ନ ଉଠୁଛି 10 ଦିନ ତଳେ ମୃତ୍ୟୁ ହୋଇଥିବା ଲୋକ ଜଣଙ୍କ କର୍ଣ୍ଣବୀର ନା ଆଉ କିଏ ? ପରିବାର ଲୋକଙ୍କ ତରଫରୁ ସ୍ପଷ୍ଟ ହୋଇଛି ମୃତକ ଜଣକ କର୍ଣ୍ଣବୀର । ତେବେ କର୍ଣ୍ଣବୀରଙ୍କ ଦେହାନ୍ତ ହୋଇଥିବା କଥା ସେହି ହସ୍ପିଟାଲର କର୍ମଚାରୀ କେମିତି ଜାଣିପାରିଲେ ନାହିଁ । କିଏ କେବେ କେଉଁଠି ଭର୍ତ୍ତି ହେଲେ, କାହାର ମୃତ୍ୟୁ ହେଲା ଓ ଆଉ କିଏ ସୁସ୍ଥ ହୋଇ ଫେରିଲେ । ସବୁ ତଥ୍ୟ ରେଜିଷ୍ଟରରେ ରୁହେ । କିମ୍ସ କୋଭିଡ ହସ୍ପିଟାଲରୁ କଲ କରିଥିବା ଲୋକ ଜଣଙ୍କ କେମିତି ଏହା ଜାଣି ପାରିଲେ ନାହିଁ ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.