ETV Bharat / city

'ଫନି' ପରେ ରାଜଧାନୀର ରାସ୍ତା କଡରେ କୁଢ କୁଢ ଆବର୍ଜନା

'ଫନି' ପରେ ସ୍ମାର୍ଟ ସିଟି ଛାତିରେ ଗଢି ଉଠିଥିବା ବସ୍ତି, ବାତ୍ୟା ପରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । କୁଢ କୁଢ ଅଳିଆରେ, ମଇଳା ପାଣିରେ ଅସ୍ବସ୍ତିକର ପରିବେଶରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : May 14, 2019, 1:44 PM IST

ଭୁବନେଶ୍ବର: 'ଫନି' ପରେ ଛାରଖାର ହୋଇଯାଇଛି ଓଡିଶା । ସବୁଠାରୁ ଅଧିକା ଦୁର୍ଦ୍ଦଶା ଭୋଗିଛି ରାଜଧାନୀ । ଶୋଚନୀୟ ସହ ଅପ୍ରୀତିକର ଅବସ୍ଥା ରାଜଧାନୀର ଦେଖିବାକୁ ମିଳୁଛି । ଏକ ପ୍ରକାର ଅଳିଆ ଆବର୍ଜନାର ପରିପୂର୍ଣ୍ଣ ଧୂସରିତ ସହର ଭଳି ପ୍ରତୀୟମାନ ହେଉଛି ସ୍ମାର୍ଟ ସିଟି । ସ୍ମାର୍ଟ ସିଟି ଛାତିରେ ଗଢି ଉଠିଥିବା ବସ୍ତି ବାତ୍ୟା ପରେ ଧ୍ବସ୍ତବିଧ୍ବସ୍ତ ହୋଇ ଯାଇଛି । କୁଢକୁଢ ଅଳିଆରେ, ମଇଳା ପାଣିରେ ଅସ୍ବସ୍ତିକର ପରିବେଶରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଫନି ଯିବାର 12 ଦିନ ବିତିଗଲାଣି । ମାତ୍ର ଏବେ ବି ଭୁବନେଶ୍ବର ରାଜରାସ୍ତା କଡରେ ମୋଡିମକଚି ହୋଇ ଶହ ଶହ ଗଛ ପଡି ରହିଛନ୍ତି । ରାସ୍ତା ଘାଟରେ ଏବେ କୁଢକୁଢ ଅଳିଆ, ଆବର୍ଜନା ଗଦା ହୋଇଛି । ସବୁଠାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା । ଅଳିଆ ସଫା କରିବା ଦିଗରେ ବିଏମସି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହିଁ ।

ଜମା ରହୁଥିବା ପାଣି ଆବର୍ଜନାକୁ ଯଦି କୌଣସି ଉପାୟରେ ସଫା କରା ନଯାଏ, ତେବେ ଆଗାମୀ ସମୟରେ ମଶା, ମାଛି ବଂଶ ବୃଦ୍ଧିର ସମ୍ଭାବନା ରହିଛି । ଏହି ସବୁ ଜାଗାରେ ମଶା, ମାଛି ବଂଶ ବିସ୍ତାର କରିଛନ୍ତି । ଘନ ଘନ ବିଜୁଳି କଟିବା ସହ ପ୍ରବଳ ମଶା, ମାଛି ଯୋଗୁଁ ରାତିରେ ଶୋଇବା ଅସମ୍ଭବ ହୋଇ ପଡୁଛି ବୋଲି ବସ୍ତି ବାସିନ୍ଦା ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ବର ଶତରୂପା ସାମନ୍ତରାୟ, ଇଟିଭି ଭାରତ

ରାଜଧାନୀ ରେ ତାଣ୍ଡବ ରଚି ଚାଲି ଯାଇଛି ବତ୍ୟା ଫେ।ନି। ସ୍ମାର୍ଟ ସିଟି କୁ ଛାରଖାର କରି ଦେଇ ଥିବା ପରେ ଭୁବନେଶ୍ୱର ରେ ଶହ ଶହ ଗଛ ଭାଂଗି ପଡିଥିବା ବେଳେ ରାସ୍ତା ଘଟ ରେ ଏବେ ଆବର୍ଜନା ମୟ। ବର୍ତ୍ତମାନ ବି ଲୋକେ ଖାଇବା ପାଇଁ ଓ ପାଣି ପାଇଁ ଡହଳ ବିକଳ ହଉଥିବା ବେଳେ ରାଜରାସ୍ତା ରେ କୁଢ଼ କୁଢ଼ ମଇଳା ପଡିରହିଛି। ଅନ୍ୟ ପଟେ ଭୁବନେଶ୍ୱର ର ଅନେକ ବସ୍ତି ର କଥା ନ କହିବା ଭଲ। ଆଜି ବାତ୍ୟା କୁ ପ୍ରଳୟଙ୍କରୀ ବତ୍ୟା ର 12 ଦିନ ବିତି ଯାଇଥିଲେ ସୁଦ୍ଧା ଅଳିଆ କୁ ଉଠା ଯାଇ ପାରିଲା ନାହିଁ। ଅନ୍ୟ ପଟେ ବସ୍ତି ବାସିନ୍ଦା ମଧ୍ୟ ଏ ସବୁ କୁ ନେଇ ଚିନ୍ତା ରେ କାରଣ ମଶା ଆଉ ମାଛି ର ଭୟ ଦେଖିବା କୁ ମିଳିଛି। ଘନ ଘନ ବିଜୁଳି କଟିବା ସହ ପ୍ରବଳ ମଶା ଯୋଗୁଁ ରାତି ରେ ଶେଇବା ଅସମ୍ଭବ ହୋଇ ପଡୁଛି ବୋଲି ବସ୍ତି ବାସିନ୍ଦା ଆଭିଯୋଗ ଆଣିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.