ETV Bharat / city

ରାଜଧାନୀରେ 15 ଲକ୍ଷ ପାର ଟୀକାକରଣ - bhubaneswar vaccination

ଭୁବନେଶ୍ୱରରେ ଆଜି ସୁଦ୍ଧା ୧୫ ଲକ୍ଷ ଡୋଜ ଟିକା ଦିଆସାରିଛି । ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ ଟୀକାକରଣ ସମ୍ପୂର୍ଣ୍ଣ ଶେଷ ହେବାକୁ ଲକ୍ଷ୍ୟ ରହିଛି । ସୂଚନା ଦେଲେ ବିଏମସି କମିଶନର । ଅଧିକ ପଢନ୍ତୁ...

ରାଜଧାନୀରେ 15 ଲକ୍ଷ ପାର ଟୀକାକରଣ
ରାଜଧାନୀରେ 15 ଲକ୍ଷ ପାର ଟୀକାକରଣ
author img

By

Published : Jul 9, 2021, 5:40 PM IST

ଭୁବନେଶ୍ବର: ରାଜଧାନୀରେ ୧୫ ଲକ୍ଷ ପାର ଟୀକାକରଣ । ଭୁବନେଶ୍ୱରରେ ଆଜି ସୁଦ୍ଧା ୧୫ ଲକ୍ଷ ଡୋଜ ଟିକା ଦିଆସାରିଛି । ଜୁଲାଇ ଶେଷ ସୁଦ୍ଧା ଏଠାରେ ଟୀକାକରଣ ସମ୍ପୂର୍ଣ୍ଣ ଶେଷ ହେବ । ଗର୍ଭବତୀଙ୍କ ସ୍ୱତନ୍ତ୍ର ଟୀକାକରଣ ପାଇଁ ANMଙ୍କୁ ତାଲିମ ଦିଆଯାଉଛି । ୧୫ ତାରିଖ ସୁଦ୍ଧା ତାଲିମ ଶେଷ ହେବା ପରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ କାର୍ଯ୍ୟ । ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଉଛି । ବିଏମସି କମିଶନର ସଞ୍ଜୟ ସିଂହ ଏନେଇ ସୂଚନା ଦେଇଛନ୍ତି ।

ରାଜଧାନୀରେ 15 ଲକ୍ଷ ପାର ଟୀକାକରଣ

ବିଏମସି କମିଶନର କହିଛନ୍ତି ଯେ କୋଭିଡ ସଂକ୍ରମଣ ଏବେ ଯଦିଓ ନିୟନ୍ତ୍ରଣରେ ଅଛି, ତେବେ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ । ଶୁକ୍ରବାର ପୁଣି ତାଲିକାର ଶୀର୍ଷରେ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ । ଏବେ ସମୟ କୋଭିଡ କଟକଣାକୁ ପାଳନ କରିବା ଓ ସତର୍କ ରହିବାର ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ 15 ଲକ୍ଷ ଡୋଜ ଟିକା ଦିଆସାରଛି । ବିଭିନ୍ନ ପର୍ଯ୍ୟାୟରେ ଚାଲିଛି ଟୀକାକରଣ । ଏଯାବତ୍ କୌଣସି ସମସ୍ୟା ଦେଖାଦେଇ ନାହିଁ‌ । ସେହିପରି ଗର୍ଭବତୀଙ୍କୁ ସ୍ୱତନ୍ତ୍ର ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରସ୍ତୁତି ଜାରି ରହିଛି ବୋଲି ସଞ୍ଜୟ ସିଂହ ଜଣାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.