ETV Bharat / city

Cameraman Manas murder case: ପୋଲିସ ପଞ୍ଝାରେ ଶର୍ମିଷ୍ଠାଙ୍କ ଭାଇ, ବିଜୟୱାଡାରୁ ଗିରଫ

author img

By

Published : Mar 22, 2022, 5:52 PM IST

ବହୁ ଚର୍ଚ୍ଚିତ ୱେବ୍‌ ଚ୍ୟାନେଲ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ଆଉ ପାଦେ ଆଗେଇଲା ପୋଲିସ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ଚ୍ୟାନେଲର ସମ୍ପାଦିକା ଶର୍ମିଷ୍ଠା ରାଉତଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ପୋଲିସ ପଞ୍ଝାରେ ଶର୍ମିଷ୍ଠାଙ୍କ ଭାଇ, ବିଜୟୱାଡ଼ାରୁ ହେଲେ ଗିରଫ

ଭଦ୍ରକ: ବହୁ ଚର୍ଚ୍ଚିତ ୱେବ୍‌ ଚ୍ୟାନେଲ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ଆଉ ପାଦେ ଆଗେଇଲା ପୋଲିସ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ଚ୍ୟାନେଲର ସମ୍ପାଦିକା ଶର୍ମିଷ୍ଠା ରାଉତଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଧରିଛି ପୋଲିସ । ତେବେ ଏହି ମାମଲାରେ ଶର୍ମିଷ୍ଠାଙ୍କୁ ଖସାଇବାକୁ ସେ ଷଡଯନ୍ତ୍ର କରିଥିବା ସୂଚନା ରହିଛି ।

ପରମେଶ୍ବରକୁ ବିଜୟୱାଡାରୁ ଗିରଫ କରାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏହାକୁ ନେଇ ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସଙ୍କ ହତ୍ୟାକାଣ୍ଡ ଘଟଣା ପ୍ରଘଟ ହେବାପରେ ଫେରାର ରହିଛନ୍ତି ଶର୍ମିଷ୍ଠା । ପୋଲିସ ତାଙ୍କୁ ଧରିବା ପାଇଁ ନାନା କସରତ ଚଳାଇଛି । ଏହି ମାମଲାରେ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.