ETV Bharat / city

ବାତ୍ୟା କ୍ଷୟକ୍ଷତି ସହାୟତା ରାଶି ଦୁର୍ନିୀତିର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ - vigilance started investigation of omphan pakege in bhadrak distri

ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆଁ ପଞ୍ଚାୟତରେ ସାମୁଦ୍ରିକ ଝଡ “ଅମ୍ଫାନ” କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ମିଳିଥିବା ଅର୍ଥରାଷୀକୁ ଚଞ୍ଚକତା କରି ଲୁଟ ଅଭିଯୋଗର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ । ଦୁଇ ଅଧିକାରୀ ପହଞ୍ଚି କରୁଛନ୍ତି ତଦନ୍ତ । ପଢନ୍ତୁ ଅଧିକ....

ବାତ୍ୟା କ୍ଷୟକ୍ଷତି ସହାୟତା ରାଶୀ ଦୁର୍ନିୀତିର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

author img

By

Published : Oct 22, 2020, 9:24 PM IST

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆଁ ପଂଚାୟତରେ ସାମୁଦ୍ରିକ ଝଡ “ଅମ୍ଫାନ” କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ମିଳିଥିବା ଅର୍ଥରାଷୀକୁ ଚଞ୍ଚକତା କରି ଲୁଟ କରାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ । ପଞ୍ଚାୟତରେ ଭିଜିଲାନ୍ସର 2 ଜଣ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବାତ୍ୟା କ୍ଷୟକ୍ଷତି ସହାୟତା ରାଶୀ ଦୁର୍ନିୀତିର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଗତ ଅମ୍ଫାନ ବାତ୍ୟାରେ ପଞ୍ଚାୟତରେ କ୍ଷତିଗ୍ରସ୍ଥ ହୋଇଥିବା 7ଟି ପ୍ରକଳ୍ପର ମରାମତି ପୁନଃଉଦ୍ଧାର ପାଇଁ 14 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ ସରକାର । କୋଡଗମ୍ଭୀରା ପ୍ରାଥମିକ ବିଦ୍ୟାଳୟ, ବାଉଲିମଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ମେଳନ ପଦା ଠାରୁ ଅସୁରା ସାବରଂଗ ଆରଡି ରାସ୍ତା, ପଲ୍ଲୀ ବାରିକ ସାହି ଅଙ୍ଗନବାଡି କେନ୍ଦ୍ର ଭଳି ହାତ ଗଣତି ଅଳ୍ପ କେତୋଟି ପ୍ରକଳ୍ପରେ ମରାମତି କାମ କରି ମିଛ ବିଲ ମାଧ୍ୟମରେ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଥିଲା ।

ସେହିପରି କୌଣସି କ୍ଷତି ହୋଇନଥିବା କିଛି ଅନୁଷ୍ଠାନକୁ ମଧ୍ୟ ମରାମତି କରାଯାଇଥିବା ଦର୍ଶାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିବା ମଧ୍ୟ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଯାହା ଫଳରେ ଭିଜିଲାନ୍ସର ଏକ ଦୁଇ ଜଣିଆ ଟିମ କୋଡ ଗମ୍ଭିରରେ ପହଞ୍ଚି ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ରାସ୍ତା ବୁଲି ଦେଖିବା ସହ ଆର୍ଥିକ ସହାୟତା କିପରି ଖର୍ଚ୍ଚ ହୋଇଛି ତାହା ସରକାରଙ୍କୁ ରିପୋର୍ଟ ଦେବେ ବୋଲି ଜଣା ପଡିଛି । ଏନେଇ ଭିଜିଲାନ୍ସ ଟିମ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.